ଚନ୍ଦ୍ରବାବୁ ନାଇଡ଼ୁଙ୍କ ଅନୁରୋଧ ରକ୍ଷା କଲେ ଦିଦି ! ୪୬ ଘଂଟା ପରେ ଧାରଣାରୁ ଉଠିଲେ ମମତା ବାନାର୍ଜୀ

290

କନକ ବ୍ୟୁରୋ : ତିନି ଦିନ ପରେ ଧାରଣାରୁ ଉଠିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ମମତାଙ୍କୁ ସାକ୍ଷାତ କରିବା ପାଇଁ ପହଞ୍ଚିଥିଲେ । ଚନ୍ଦ୍ରବାବୁ ନାଇଡ଼ୁଙ୍କ ଅନୁରୋଧ କ୍ରମେ ଧାରଣା ଶେଷ କରିଛନ୍ତି ମମତା ବାନାର୍ଜୀ । ମମତା କହିଛନ୍ତି ଆମ ମିଳିତ ଭାବେ ଲଢ଼ିଲେ ଲଢ଼େଇ ବଡ଼ ହେବ ଏବଂ ଆମର ବିଜୟ ମଧ୍ୟ ସୁନିଶ୍ଚିତ । ଯେଉଁ ଯେଉଁ ଦଳ ଧାରଣାକୁ ସମର୍ଥନ ଜଣାଇଥିଲେ ତାଙ୍କୁ ଧନ୍ୟବାନ । ସେ ଆହୁରି କହିଛନ୍ତି , ମୁଁ ଆହୁରି ବଡ଼ ଲଢ଼େଇ ଲଢ଼ିଛି । ଧାରଣା ଜାରି ରଖିବା ମୋ ପାଇଁ ବଡ଼ କଥା ନୁହେଁ । କିନ୍ତୁ ଲୋକତନ୍ତ୍ର ବଂଚାଇବା ପାଇଁ ଏହି ଲଢ଼େଇ ହେଉଛି ।

ଧାରଣା ଶେଷ କରି ମମତା କହିଛନ୍ତି, ମୋଦି ସମସ୍ତଙ୍କ ଉପରେ କବଜା କରିବା ପାଇଁ ଚାହାନ୍ତି । ତାଙ୍କୁ ଏବେ ଦିଲ୍ଲୀ ଛାନି ଗୁଜରାଟ ଯିବାକୁ ପଡ଼ିବ । ଳଗୃହ ମନ୍ତ୍ରାଳୟର ପତ୍ର ଉପରେ ମମତା କହିଛନ୍ତି, ତାହାର ଜବାବ ଦିଆଯିବ । ଦେଶକୁ ରକ୍ଷା କରିବା ପାଇଁ ମୋଦିଙ୍କୁ ହଟାଇବା ପାଇଁ ପଡ଼ିବ ବୋଲି କହିଛନ୍ତି ମମତା

ଉଲ୍ଲେଖଯୋଗ୍ୟ, ସିବିଆଇ ଓ କୋଲକାତା ପୁଲିସ୍‌ ମଧ୍ୟରେ ଯେଉଁ ବିବାଦ ଚାଲିଥିଲା ଓ ଯାହାକୁ କେନ୍ଦ୍ର କରି କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାର ମୁହାଁମୁୁହିଁ ହୋଇଥିଲେ। ସାରଦା ଓ ରୋଜ ଭ୍ୟାଲି ଚିଟଫଣ୍ଡ୍ ମାମଲାର ତଦନ୍ତ କରୁଥିବା ସିବିଆଇ ଗତ ରବିବାର ସଂଧ୍ୟାରେ କୋଲକାତାର ପୁଲିସ୍ କମିସନର୍ ରାଜୀବ କୁମାରଙ୍କୁ ଗିରଫ କରିବା ପାଇଁ ପହଞ୍ଚିଥିଲା । କଲିକତାରେ ସିବିଆଇ ପହଞ୍ଚିବା ପରେ କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାର ମୁହାଁମୁହିଁ ହୋଇଥିଲେ । ସିବିଆଇର ଏ ପ୍ରକାର କାର‌୍ୟ୍ୟାନୁଷ୍ଠାନ ଅକ୍ରୋଶମୂଳକ ଥିବା ଅଭିଯୋଗ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଲିସ୍ କମିସନରଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିଥିଲେ । ଏଥିସହ ସେ ସିବିଆଇକୁ ତାଙ୍କ ବାସଭବନରେ ପଶିବାକୁ ଦେଇନଥିଲେ । ପରେ ଏ ବିବାଦ ଯାଇ ପହଞ୍ଚିଥିଲା ସୁପ୍ରିମ୍କୋର୍ଟରେ।