ମୋଦିଙ୍କ ଉପରେ ଦିଦି ଖପ୍ପା ! ମମତା କହିଲେ, ଚଳିତ ନିର୍ବାଚନରେ ମୋଦିଙ୍କ ମୁହଁରେ ଲ୍ୟୁକୋପ୍ଲାଷ୍ଟ ଲଗାଇବେ ଜନତା

164

କନକ ବ୍ୟୁରୋ : ସପ୍ତଦଶ ନିର୍ବାଚନ ଯେତିକି ପାଖେଇ ଆସୁଛି, ଦେଶର ନିର୍ବାଚନୀ ମାହୋଲ ସେତିକି ସରଗରମ ହୋଇ ଉଠିଛି । ଗୋଟିଏ ପଟେ ମୋଦି ସରକାର ସତ୍ତା ବଂଚାଇବା ପାଇଁ ଚେଷ୍ଟାକରୁଛନ୍ତି । ଅନ୍ୟପଟେ ବିରୋଧୀ ମୋଦିଙ୍କୁ ଗାଦିଚ୍ୟୁତ କରିବା ପାଇଁ ଏକାଠି ହୋଇଛନ୍ତି । ଏହି ମର୍ମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋଦିଙ୍କୁ ଆଜି ଟାର୍ଗେଟ କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି,ଜନତାଙ୍କୁ ମିଛ କହୁଛନ୍ତି ମୋଦି । ଭୁଆଁ ବୁଲାଉଛନ୍ତି ପ୍ରଧାନମନ୍ତ୍ରୀ । ଆଉ ଏଥିରୁ ବଂଚିବାର ଗୋଟଏ ମାତ୍ର ଉପାୟ ରହିଛି ।

ଚଳିତ ନିର୍ବାଚନରେ ଜନତା ମୋଦିଙ୍କ ଓଠରେ ଲ୍ୟୁକୋପ୍ଲାଷ୍ଟ ଲଗାଇ ବନ୍ଦ କରିଦେବେ । ଜନତା ଏପରି କଲେ ମୋଦି ଆଉ ମିଛ କହିପାରିବେ ନାହିଁ । ଆଉ ମିଛ ପ୍ରଚାର କରିପାରିବେ ନାହିଁ । ସୂଚନାଯୋଗ୍ୟ ପଶ୍ଚିମବଙ୍ଗର କୁଚବିହାରର ଏକ ନିର୍ବାଚନୀ ରାଲିରେ ମୋଦି କହିଥିଲେ, ପଶ୍ଚିମବଙ୍ଗର ଲୋକେ ଦିଦି ଅପେକ୍ଷା ଅଧିକ ମୋଦି ମୋଦି କହୁଛନ୍ତି । ଆଉ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଦ ଉଡ଼ିଯାଇଛି ।

ଆଉ ଏହାର ଜବାବ ଦେଇଛନ୍ତି ମମତା ବାନାର୍ଜୀ । ନାଗରକୋଟା ନିର୍ବାଚନୀ ରାଲିରେ ମମତା କହିଛନ୍ତି, ମୋଦିଙ୍କ ପାଖରେ କୃଷକ ଓ ମଧବିତ୍ତ ପରିବାରଙ୍କ ସମସ୍ୟା ସମାଧାନ ପାଇଁ ସମୟ ଦେଇନାହାନ୍ତି । ପାଂଚ ବର୍ଷ କାର୍ଯ୍ୟକାଳରେ ସାରା ବିଶ୍ୱ ବୁଲିବାରେ ସମୟ ଅତିବାହିତ କରିଥିଲେ । ନିର୍ବାଚନ ପାଖେଇ ଆସୁଥିବା ବେଳେ ମୋଦି ସମସ୍ତଙ୍କୁ ମିଛ କହିବା ସହ ଧମକ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ମିଛ କହିବାର ପ୍ରତିଯୋଗିତା ହେଲେ ମୋଦି ପ୍ରଥମ ସ୍ଥାନ ଗ୍ରହଣ କରିବେ । ମୋଦିଙ୍କ ଦେଶରୁ ତଥା ରାଜନୀତିରୁ ବାହାର କରିବା ଆବଶ୍ୟକ । ଆଗାମୀ ନିର୍ବାଚନରେ ମୋଦିଙ୍କୁ ଭୋଟ ନଦେବା ସହ ରାଜନୀତିରୁ ବାହାର କରିବା ପାଇଁ ଲୋକଙ୍କୁ ଆହ୍ୱାନ ଦେଲେ ।