ନିର୍ବାଚନ ଫଳାଫଳକୁ ନେଇ ମମତାଙ୍କ ବଡ ବୟାନ : କହିଲେ, ସେମିଫାଇନାଲରୁ ସାବ୍ୟସ୍ତ ହେଉଛି କି ବିଜେପିର ସ୍ଥାନ କେଉଁଠି ବି ନାହିଁ ।

୨୦୧୯ରେ ହେବାକୁ ଥିବା ‘ଫାଇନାଲ ମ୍ୟାଚ୍’ ପୂର୍ବରୁ, ‘ସେମିଫାଇନାଲ’ରେ ବିଜେପି କେଉଁଠି ବି ନଜର ଆସୁନି

218

ପାଂଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଜାରି ରହିଥିବା ଭୋଟ୍ ଗଣନା ସମୟରେ ଆସୁଥିବା ଫଳାଫଳ ଉପରେ ପ୍ରତିକ୍ରିୟା ଦେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି, “୨୦୧୯ରେ ହେବାକୁ ଥିବା ‘ଫାଇନାଲ ମ୍ୟାଚ୍’ ପୂର୍ବରୁ, ‘ସେମିଫାଇନାଲ’ରେ ବିଜେପି କେଉଁଠି ବି ନଜର ଆସୁନି ଓ ଲୋକତନ୍ତ୍ରରେ ମ୍ୟାନ ଅଫ୍ ଦ ମ୍ୟାଚ୍ ସବୁବେଳେ ଜନତା ହୋଇଥାଏ ।”

ସେ ଆହୁରି ବି କହିଛନ୍ତି, “ଲୋକମାନେ ବିଜେପି ବିରୁଦ୍ଧରେ ଭୋଟ୍ ଦେଇଛନ୍ତି । ଏହା ଜନାଦେଶ ଏବଂ ଏହା ଦେଶର ଲୋକଙ୍କ ବିଜୟ । ଏହା ଲୋକତନ୍ତ୍ରର ବିଜୟ ଓ ଅନ୍ୟାୟ, ଅତ୍ୟାଚାର, ସଂସ୍ଥା ଗୁଡିକର ଧ୍ୱଂସ, ଏଜେନ୍ସି ଗୁଡିକର ଦୂରୁପଯୋଗ, ଗରୀବ ଲୋକ, କୃଷକ, ଯୁବକ, ଦଳିତ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟ ପଛୁଆ ବର୍ଗ, ଅଳ୍ପସଂଖ୍ୟକ ଏବଂ ସାମାନ୍ୟ ବର୍ଗ ପାଇଁ କୌଣସି କାମ ନକରିବା ବିରୁଦ୍ଧରେ ହାସଲ କରିଥିବା ବିଜୟ ।”

ବର୍ତ୍ତମାନ ଦିଲ୍ଲୀରେ ବିରୋଧୀ ନେତାଙ୍କ ସହିତ ବୈଠକ କରୁଥିବା ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ଏହା ବି କହିଛନ୍ତି କି, ଏହି ଫଳାଫଳ ୨୦୧୯ର ସାଧାରଣ ନିର୍ବାଚନର ପରିଣାମ ଆଡକୁ ଇସାରା କରୁଛି । ସେମିଫାଇନାଲରୁ ସାବ୍ୟସ୍ତ ହେଉଛି କି, ସମସ୍ତ ରାଜ୍ୟରେ ବିଜେପି କେଉଁଠି ବି ନାହିଁ । ଏହା ୨୦୧୯ରେ ହେବାକୁ ଥିବା ଫାଇନାଲ ମ୍ୟାଚର ଅସଲି ଲୋକତାନ୍ତ୍ରିକ ସଙ୍କେତ । ଲୋକତନ୍ତ୍ରରେ ଅନ୍ତତଃ ଜନତା ହିଁ ସବୁବେଳେ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ହୋଇଥାଏ ।