ମମତାଙ୍କ ମହାମେଳି ! ସାମିଲ ହେଲେ କେଜ୍ରିୱାଲ୍, କହିଲେ ଦେଶ ପାଇଁ ବିପଦ ‘ମୋଦି-ଶାହା’ ।
କନକ ବ୍ୟୁରୋ : ଆଜି ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଏକାଠି ହେଉଛନ୍ତି ମୋଦୀ ବିରୋଧୀ ଦଳ । କୋଲକାତାରେ ଶକ୍ତି ପ୍ରଦର୍ଶନ କରିବେ ୨୦ଟି ରାଜନୈତିକ ଦଳର ନେତା । ପ୍ରୋଗ୍ରେସିଭ୍, ଷ୍ଟ୍ରଙ୍ଗ ଓ ୟୁନାଇଟେଡ ଇଣ୍ଡିଆର ଆହ୍ୱାନ ଦେଇ ମମତାଙ୍କ ନେତୃତ୍ୱରେ ସମାବେଶରେ ସାମିଲ ହେବେ ମୋଦି ବିରୋଧୀ । କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଏହି ସମାବେଶର ଆୟୋଜନ କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଏହି ସମାବେଶ ପାଇଁ ହଜାର ହଜାର ଜନତାଙ୍କ ସମାଗମ ହୋଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ତେବେ ଏହି ସମାବେଶରେ ସାମିଲ ହେବା ପାଇଁ ପହଞ୍ଚି ସାରିଲେଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ କହିଛନ୍ତି, ମୋଦି-ଶାହା ଦେଶ ପାଇଁ ବିପଦ ।
୨୦୧୯ ନିର୍ବାଚନ ପୂର୍ବରୁ ଏହି ମେଳି ଏକ ବଡ଼ ରାଜନୈତିକ ସମୀକରଣ ସୃଷ୍ଟି କରିବା ସମ୍ଭାବନା ରହିଛି । ରାଲି ପୂର୍ବରୁ ଚିଠି ଲେଖି ମମତାଙ୍କୁ ସମର୍ଥନ ଜଣାଇଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ବିରୋଧୀ ଏକତା ଉପରେ ତାଙ୍କ ପୂର୍ଣ୍ଣ ବିଶ୍ୱାସ ରହିଥିବା ଚିଠିରେ ଲେଖିଛନ୍ତି ରାହୁଲ ଗାନ୍ଧି ।