ସୁପ୍ରିମକୋର୍ଟଙ୍କ ରାୟକୁ ମମତା ବାନାର୍ଜିଙ୍କ ସ୍ୱାଗତ: ପଶ୍ଚିମବଙ୍ଗ ଓ ଦେଶର ଜନତାଙ୍କ ନୈତିକ ବିଜୟ ବୋଲି କଲେ ଘୋଷଣା

କହିଲେ, ଧାରଣା ଜାରି ରଖିବା ନବୀନ ପଟ୍ଟନାୟକଙ୍କ ସହ କରିବେ ଆଲୋଚନା

1,024

କନକ ବ୍ୟୁରୋ: ସୁପ୍ରିମକୋର୍ଟ ରାୟକୁ ମମତା ବାନାର୍ଜୀ ସ୍ୱାଗତ କରିଛନ୍ତି । ଏହା ଜନତାଙ୍କ ବିଜୟ ବୋଲି ବୋଲି କହିଛନ୍ତି । ମମତା ବାନାର୍ଜୀ ପୁଣି କେନ୍ଦ୍ର ଉପରେ ବର୍ଷିଛନ୍ତିା ସେ ଅଭିଯୋଗ କରିଛନ୍ତି, କେନ୍ଦ୍ର ରାଜ୍ୟର କାମରେ ଅଯଥା ହସ୍ତ କ୍ଷେପ କରୁଛି । ସମ୍ବିଧାନର ଉଲ୍ଲଙ୍ଘନ କରୁଛି କେନ୍ଦ୍ର । ଏହି ଆନ୍ଦୋଳନ ସମସ୍ତଙ୍କ ଆନ୍ଦୋଳନ । ଏହାଦ୍ୱାରା ଦେଶବାସୀଙ୍କ ବିଜୟ ହୋଇଛି । ନିର୍ବାଚନ ପୂର୍ବରୁ ଯାଂଚ କଥା କେନ୍ଦ୍ରର କାହିଁକି ଆସିଲା ବୋଲି ମମତା ପ୍ରଶ୍ନ କରିଛନ୍ତି । ଆଜିର ବିଜୟ ଦେଶର ବିଜୟ ବୋଲି କହିଛନ୍ତି । ବିନା ନୋଟିସରେ ସିବିଆଇ କାହିଁକି ଘରକୁ ଗଲା ବୋଲି ମମତା ପ୍ରଶ୍ନ କରିଛନ୍ତି । କଥା କଥାରେ କେନ୍ଦ୍ର ସିବିଆଇର ଭୟ ଦେଖାଉଛିି କେନ୍ଦ୍ର ବୋଲି ଅଭିଯୋଗ ଆଣିଛନ୍ତି ମମତା ବାନାର୍ଜୀ ।

image courtesy – www.timesnownews.com

ସେପଟେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପରେ ଆଗକୁ ଧାରଣା ଜାରି ରଖିବେ କି ନାହିଁ ସେ ନେଇ ଅନ୍ୟନେତା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ମମତା ବାର୍ନାଜୀ । ନବୀନ ପଟ୍ଟନାୟକ ତାଙ୍କୁ ସମର୍ଥନ ଦେବେ , ତେଣୁ ସେ ଫୋନ କରି ଏନେଇ ନବୀନ ସହ ଆଲୋଚନା କରିବେ ବୋଲି ଧାରଣା ସ୍ଥଳରୁ କହିଛନ୍ତି । ସାମ୍ବାଦିକ ମାନେ ଧାରଣା ଜାରି ରହିବ କି ନାହିଁ ପ୍ରଶ୍ନର ମମତା ଉତର ରଖିଥିଲେ । ଗତ ରବିବାର ରାତି ୮ଟାରୁ କୋଲକାତା ମେଟ୍ରୋ ଚ୍ୟାନେଲ ସମ୍ମୁଖରେ ଟିଏମ୍ସିର ନେତା ଓ କର୍ମୀଙ୍କ ସହ ଧାରଣାରେ ବସିଛନ୍ତି ଦିଦି । କୋଲକାତା ପୁଲିସ କମିଶନରଙ୍କୁ ଜେରା କରିବାକୁ ଯାଇଥିବା ସିିବିଆଇକୁ ବିରୋଧ କରି ମମତା ବାନାର୍ଜୀ ଧାରଣା ଦେଇଛନ୍ତି ।

ବଙ୍ଗ ବିବାଦର ବଡ଼ ରାୟ । ସୁପ୍ରିମକୋର୍ଟ କହିଛନ୍ତି, ସିବିଆଇ ସାମ୍ନାରେ ହାଜର ହୁଅନ୍ତୁ କୋଲକାତା ପୋଲିସ କମିସନର୍ ରାଜୀବ କୁମାର । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ କହିଛନ୍ତି ସିବିଆଇ ପଚରାଉଚରାରେ ରାଜୀବ ସହଯୋଗ କରନ୍ତୁ । ତେବେ ରାଜୀବ କୁମାରଙ୍କୁ ସିବିଆଇ ଗିରଫ କରିପାରିବ ନାହିଁ କହିଛନ୍ତି ସର୍ବୋଚ୍ଚ ଅଦାଲତ ।

 

ଅନ୍ୟପଟେ ଅଦାଲତ ଅବମାନନା ମାମଲାରେ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ ।  ଫେବୃଆରୀ ୧୮ ସୁଦ୍ଧା ଏହାର ଜବାବ ଦାଖଲ୍ କରିବାକୁ କହିଛନ୍ତି ସର୍ବୋଚ୍ଚ ଅଦାଲତ୍ । ଫେବୃଆରୀ ୨୦ ତାରିଖ ସୁଦ୍ଧା କୋର୍ଟରେ ହାଜର୍ ହେବାକୁ ରାଜୀବ କୁମାର, ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜୀବ କୁମାର ଏନେଇ ଆଟର୍ଣ୍ଣି ଜେନେରାଲ ସୁପ୍ରିମକୋର୍ଟଙ୍କୁ କହିଥିଲେ, ପ୍ରମାଣ ସହ ହେରଫେର୍ କରାଯାଇଛି । ସିବିଆଇକୁ ଦିଆଯାଇଥିବା ପ୍ରମାଣ ଅସମ୍ପୂର୍ଣ୍ଣ ବୋଲି କହିଥିଲେ ଆଟର୍ଣ୍ଣି ଜେନେରାଲ୍ ।