ଟିଏମସି ନେତାଙ୍କ ବିଜେପିରେ ସାମିଲ୍ ହେବା ପରେ ମମତାଙ୍କ ବଢିଲା କ୍ରୋଧ ! କହିଲେ – ଆମ ଦଳ ଅଳିଆ ଫୋପାଡୁଛି ଏବଂ ବିଜେପି ଦଳ ଏହି ଅଳିଆକୁ ଜମା କରୁଛି ।

237

ଲୋକସଭା ନିର୍ବାଚନ ପରେ ତୃଣମୂଳ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଉଥିବା ନେତାଙ୍କ ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ରୋଧ ଜାହିର କରିଛନ୍ତି । ମଙ୍ଗଳବାର ସେ ଏହି ନେତାମାନଙ୍କୁ ଲୋଭୀ ଏବଂ ଭ୍ରଷ୍ଟ ଶବ୍ଦରେ ସମ୍ବୋଧନ କରିଥିଲେ । ଆପଣଙ୍କୁ କହିରଖୁଛୁ ମଙ୍ଗଳବାର ଆଉ ଜଣେ ଟିଏମସି ବିଧାୟକ ଏବଂ ୧୨ ଜଣ କାଉନସିଲର୍ ବିଜେପି ଜଏନ୍ କରିଛନ୍ତିି ।

ମମତା କହିଥିଲେ , “ଆମ ପାର୍ଟି ଅଳିଆକୁ ବାହାରକୁ ଫୋପାଡୁଛି ଏବଂ ବିଜେପି ଦଳ ତାକୁ ଜମା କରୁଛି ।” ମମତା କହିଥିଲେ ଯେଉଁ ଲୋକମାନେ ଏବେ ପାର୍ଟି ଛାଡିବାକୁ ନିଷ୍ପତ୍ତି ନେଉଛନ୍ତି କାଳ ବିଳମ୍ବ ନକରି ଜଲଦି ଦଳ ଛାଡନ୍ତୁ । ବାନଗାନ୍ ର ଟିଏମସି ବିଧାୟକ ବିଶ୍ୱଜିତ୍ ଦାସ ଏବଂ ୧୨ ଅଲଗା କାଉନସିଲର୍ ଏବଂ କଂଗ୍ରେସ ପ୍ରବକ୍ତା ପ୍ରସନ୍ନଜିତ୍ ଘୋଷ୍ ବିଜେପି ନେତା କୈଳାସ ବିଜୟବର୍ଗୀୟ ଏବଂ ମୁକୁଲ୍ ରଏଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ ।