ଚନ୍ଦ୍ରବାବୁଙ୍କ ବାଟରେ ମମତା : ଆନ୍ଧ୍ର ପରେ ସିବିଆଇକୁ ମନା କଲା ପଶ୍ଚିମବଙ୍ଗ

97

କନକ ବ୍ୟୁରୋ : କେନ୍ଦ୍ର ବିରୋଧରେ ପୁଣି ମମତାଙ୍କ ବିଦ୍ରୋହ । ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଂଗରେ ସିବିଆଇ ତଦନ୍ତକୁ ମନା । ପ୍ରଥମେ ଆନ୍ଧ୍ରପ୍ରଦେଶରୁ ଚନ୍ଦ୍ରବାବୁ ନାଇଡୁ ସରକାର ନିଜ ରାଜ୍ୟରେ ସରକାରଙ୍କ ନିଷ୍ପତି ପରେ ପଶ୍ଚିମ ବଙ୍ଗ ସରକାର ସିବିଆଇକୁ ଦିଆଯାଇଥିବା ସ୍ୱତନ୍ତ୍ର ଅନୁମତିକୁ ପ୍ରତ୍ୟାହାର କରି ନେଇଛି ।

ଫଳରେ ଏଣିକି ରାଜ୍ୟ ସରକାରଙ୍କ ବିନା ଅନୁମତିରେ ସିବିଆଇ ପଶ୍ଚିମ ବଙ୍ଗରେ ପଶି ପାରିବ ନାହିଁ । କେବଳ କୋର୍ଟ ନିର୍ଦ୍ଦେଶରେ ହେଉଥିବା ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଅନୁମତି ଆବଶ୍ୟକ ହେବ ନାହିଁ । ୧୯୮୯ରେ ତକ୍ରାଳୀନ ବାମ ସରକାର ସିବିଆଇକୁ  ସ୍ୱତନ୍ତ୍ର ଅନୁମତି ପ୍ରଦାନ କରିଥିଲେ ।