ଯୁଦ୍ଧରୁ ମିଳେ କ’ଣ ? ସିରିଆ ଯୁଦ୍ଧର ପରିଣାମ ବଖାଣୁଛି ଗୋଟିଏ ମାସର ଶିଶୁ

92

କନକ ବ୍ୟୁରୋ : ଦୀର୍ଘ ବର୍ଷ ଧରି ସିରିଆରେ ଲାଗି ରହିଥିବା ଗୃହଯୁଦ୍ଧର ଚିତ୍ର ସାମ୍ନାକୁ ଆସିଲେ ହୃଦୟ ଥରି ଉଠେ । ପାଟରୁ ଆପଣାଛାଏଁ ଆହା ପଦେ ବାହାରିଆସେ । ଏବେ ପୁଣିଥରେ ସେହି ଗୃହଯୁଦ୍ଧର ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ସିରିଆରେ । ଦୁନିଆକୁ ବୁଝିବା ଆଗରୁ ପ୍ରାଣ ହରାଉଛନ୍ତି ଶହ ଶହ ଶିଶୁ । କିନ୍ତୁ ସେଥିମଧ୍ୟରୁ ଏବେ ଗୋଟିଏ ଶିଶୁର ଫଟୋ ଏବେ ସମସ୍ତଙ୍କ ହୃଦୟକୁ ତରଳାଇ ଦେଇଛି । ସିରିଆ ଗୃହଯୁଦ୍ଧର କରୁଣ ପରିଣତିର ଏକ ହୃଦୟ ବିଦାରକ ଚିତ୍ର ପୂରା ବିଶ୍ୱକୁ ଜାଗୃତ କରାଇଛି । ମାତ୍ର ଗୋଟିଏ ମାସ ପୂର୍ବରୁ ଧରାପୃଷ୍ଠକୁ ଆସିଥିବା ଶିଶୁ ସହର ଦାଫେଦାର ଫଟୋ ଦେଖିଲେ ଆପଣଙ୍କ ମନ ମଧ୍ୟ କାନ୍ଦି ଉଠିବ । ଏବେ ତାଙ୍କ ଫଟୋ ହିଁ ପୂରା ବିଶ୍ୱକୁ କନ୍ଦାଉଛି । ଖାଦ୍ୟ ଅଭାବରୁ କୁପୋଷଣର ଶିକାର ହୋଇଥିବା ସହରର ମୃତ୍ୟୁ ହୋଇସାରିଛି । ରାଜନୈତିକ ଲଢେଇରେ ଅନାହାରରେ ମୃତ୍ୟୁବରଣ କରିଛି ନିଷ୍ପାପ ଶିଶୁ ସହର । ଶିଶୁଟି ସିନା ମରିଯାଇଛି କିନ୍ତୁ ସିରିଆ ଯୁଦ୍ଧର ବିଭତ୍ସ ରୂପକୁ ବଖାଣୁଛି ସହରର ଫଟୋ । ଯାହାର କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ ।

ସିରିଆରେ ଦୀର୍ଘ ୭ ବର୍ଷ ଧରି ଲାଗିରହିଛି ଗୃହଯୁଦ୍ଧ । ଏଥିରେ ଅଧିକ ଭାବେ ପୂର୍ବ ସିରିଆର ହମୋରିଆ ଅଞ୍ଚଳ ପ୍ରଭାବିତ । ଏପରିକି ଏହି ଅଞ୍ଚଳକୁ ଖାଦ୍ୟ ସାମଗ୍ରୀ ପହଞ୍ଚିବା ମଧ୍ୟ ସ୍ୱପ୍ନ । ଏହି କାରଣରୁ ଶହ ଶହ ଶିଶୁ ଅନାହରରେ ମୃତ୍ୟବରଣ କରୁଥିବାର ନଜିର ରହିଛି । ତେବେ ସହରର ମୃତ୍ୟୁକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।

sahar 5ମାସକର ଶିଶୁ ସହର ଦାଫେଦା । ଜନ୍ମ ସମୟରୁ କୁପୋଷଣରେ ଶିକାର । ଗତ ଶନିବାର ଦିନ ଚିକିତ୍ସା କରିବା ପାଇଁ ସହରକୁ ନେଇ ହସ୍ପିଟାଲରେ ପହଞ୍ଚଥିଲେ ବାବା ମା । କିନ୍ତୁ ଏଠାରେ ଜଣେ ରିପୋର୍ଟରଙ୍କ ନଜରକୁ ଆସିଥିଲା ସହର । ସେ ନିଜ କ୍ୟାମେରାରେ ସହରର ଫଟୋକୁୂ କଏଦ କରି ନ୍ୟୁଜରେ ଛାଡିଥିଲେ । ୩୪ ଦିନର ଶିଶୁ ସହରର ଖବର ଗଣମାଧ୍ୟମରେ ଆସିବା ପରେ ପୂରା ବିଶ୍ୱର ନଜରକୁ ଆସିଥିଲା । କୁପୋଷଣର ଶିକାର ହୋଇଥିବା ସହରର ଶରୀରର ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଥିଲା । କଙ୍କାଳ ସାର ଚେହେରା । ଲାଗୁଥିଲା ସତେ ଯେମିତି ଶରୀରର ସବୁ ହାଡ ବାହାରକୁ ବାହାରି ଆସିଛି । ଶିଶୁଟି କାନ୍ଦିବାକୁ ଚେଷ୍ଟା କରୁଥିଲା ସତ କିନ୍ତୁ ଶରୀର ଏତେ ଦୁର୍ବଳ ଥିଲା ଯେ, ତାହାର କାନ୍ଦର ଶବ୍ଦ ମଧ୍ୟ ଶରୀରର ବାହାରକୁ ଆସିପାରୁନଥିଲା । ଏସବୁ ଭିତରେ ମଧ୍ୟ ସେ ବଞ୍ଚିବା ପାଇଁ ସଂର୍ଘଷ କରିଥିଲା ।

sahar 3ଯେତେବେଳେ ସହରକୁ ଓଜନ କରାଗଲା ସମସ୍ତେ ଆଶ୍ଚଯ୍ୟପ୍ରାୟ ହୋଇଗଲେ । ମାତ୍ର ୧,୯ କି.ଗ୍ରା ଓଜନର ସହର ଶରୀର ଏତେ ଦୁର୍ବଳ ଥିଲା ଯେ, ସେ ପିନ୍ଧିଥିବା ଡାଇପର ମଧ୍ୟ ତା ଠାରୁ ଅଧିକ ବଡ ଲାଗୁଥିଲା । ଏପରିକି ସହରକୁ କ୍ଷୀର ଦେବା ପାଇଁ ତା ମା’ ପକ୍ଷେ ସମ୍ଭବ ନଥିଲା । ବେଶ୍ କିଛି ଘଣ୍ଟାର ସଂର୍ଘଷ ପରେ ଚିର ଦିନ ପାଇଁ ଆଖି ବୁଜି ଦେଇଥିଲା ସହର । କେବଳ ସହର ନୁହେଁ ଏବେ ସିରିଆରେ ଅନେକ ଶିଶୁ କୁପୋଷଣର ଶିକାର ହୋଇ ଅନାହାରରେ ମୃତ୍ୟୁ କରୁଛନ୍ତି । ସହର ସିନା ଜୀବନ ସଂର୍ଘଷରେ ହାରି ଯାଇଛି ମାତ୍ର ପୂରା ବିଶ୍ୱ ବାସୀଙ୍କୁ ଯୁଦ୍ଧର କରୁଣ ପରିଣତି ବିଷୟରେ ସୂଚାଇ ଦେଇ ଯାଇଛି ।