ଭାରତ ଫେରିବ ଠକ ସମ୍ରାଟ ବିଜୟ ମାଲ୍ୟା ! ପ୍ରତ୍ୟର୍ପଣ ଚୁକ୍ତିକୁ ମଞ୍ଜୁରୀ ଦେଲେ ବ୍ରିଟେନ ସରକାର 

281

କନକ ବ୍ୟୁରୋ : ଭାରତ ଫେରିବ ଠକ ସମ୍ରାଟ ବିଜୟ ମାଲ୍ୟା । ଖୁବଶୀଘ୍ର ବିଜୟ ମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବେ ବ୍ରିଟେନ ସରକାର । ଏନେଇ ପ୍ରର୍ତ୍ୟପଣ ଚୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି ବ୍ରିଟେନ ସରକାର । ତେବେ ୧୪ ଦିନ ମଧ୍ୟରେ ଏନେଇ କୋର୍ଟରେ ଅପିଲ କରିବାକୁ ମାଲ୍ୟାଙ୍କୁ ମହଲତ ଦିଆଯାଇଛି ।

ଭାରତରେ ଥିବା ବେଳେ ୧୭ଟି ବ୍ୟାଙ୍କରୁ ପାଖାପାଖି ୯ ହଜାର କୋଟି ଟଙ୍କା ଋଣ ନେଇ ବିଦେଶ ଫେରାର ହୋଇଯାଇଥିଲେ ମଦସମ୍ରାଟ । ତେବେ ଭାରତରୁ ଫେରାର ହୋଇ ଲଣ୍ଡନରେ ଡେରା ପକାଇଥିଲେ ମାଲ୍ୟା । ବାରମ୍ବାର ମାଲ୍ୟାଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲା ଭାରତ । କିନ୍ତୁ ଦୀର୍ଘ ଦିନ ପରେ ଏବେ ଭାରତ ଏଥିରେ ସଫଳ ହୋଇଛି । ଆଉ ଏହାକୁ ମୋଦି ସରକାରଙ୍କ ସବୁଠୁ ବଡ କୂଟନୈତିକ ବିଜୟ ବୋଲି କୁହାଯାଉଛି ।

କେମିତି ଥିଲା ମାଲ୍ୟାଙ୍କ ଯାତ୍ରା : ମାତ୍ର ୨୮ ବର୍ଷ ବୟସରେ ନିଜ ବାପାଙ୍କ ମୃତ୍ୟୁ ପରେ ସମସ୍ତ ବେପାର ବୁଝନ୍ତି ମାଲ୍ୟା । ଏହାପରେ ୨୦୦୦ ମସିହାରେ ରାଜନୀତିରେ ପ୍ରବେଶ କରନ୍ତି ମାଲ୍ୟା । ପରେ ୨୦୦୨ ମସିହାରେ ରାଜ୍ୟସଭାକୁ ସାଂସଦ ରୂପେ ନିର୍ବାଚିତ ହୁଅନ୍ତି । ତେବେ ପୁଣି ଥରେ ୨୦୧୦ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୁଅନ୍ତି ମାଲ୍ୟା । ଏହାପରେ କିଙ୍ଗଫିସର ଏୟାରଲାଇନ୍ସ ନଚାଲିବା କାରଣ ପାଇଁ ଧିରେ ଧିରେ ଋଣ ନେବା ଆରମ୍ଭ କରନ୍ତି ମାଲ୍ୟା । ଋଣ ନେଇ ତାହାକୁ ପରିଶୋଧ କରିବା ପାଇଁ ମାଲ୍ୟାଙ୍କ ପକ୍ଷେ ତାହା ସମ୍ଭବ ହୋଇପାରେ ନାହିଁ । ୨୦୧୨ ମସିହାରେ ଏହା ବନ୍ଦ ହେବା ପରେ ଚିନ୍ତାରେ ପଡନ୍ତି ମାଲ୍ୟା ।

 ଅତି ସୌଖୀନ ଜୀବନ ବିତାଉଥିବା ମାଲ୍ୟାଙ୍କର ଅଭାବ ହୁଏ ଟଙ୍କା । ତେଣୁ ସେ ବିଦେଶ ପଳାଇଯାଆନ୍ତି । ସେ ଏତେ ପରିମାଣରେ ଭାରତୀୟ ବ୍ୟାଙ୍କ ଗୁଡିକରୁ ଟଙ୍କା ନେଇଛନ୍ତି ଯେ, ଯାହା ପାଇଁ ଆଜି ବ୍ୟାଙ୍କ ଦେବାଳିଆ ପରିସ୍ଥିତି ଦେଇ ଗତି କରୁଛନ୍ତି । ତେଣୁ ମାଲ୍ୟାଙ୍କୁ ଭାରତ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ମଧ୍ୟ ଅନେକ ଚେଷ୍ଟା କରନ୍ତି । ପ୍ରଥମେ ସେ ଭାରତରେ ଥିବା ଜେଲରେ ରହିଲେ ତାଙ୍କ ମାନହାନୀ ହେବ ବୋଲି ସେ କହିଥିଲେ । ତେଣୁ ତାଙ୍କୁ ମୁମ୍ବାଇର ଏକ ଜେଲରେ ରହିବା ପାଇଁ ଭାରତ ସରକାର ବ୍ୟବସ୍ଥା କରିବା ସହ ତାହାର ଏକ ଭିଡିଓ କରି ସେଠାକାର କୋର୍ଟଙ୍କୁ ପଠାଇଥିଲେ ।