ନୂଆ ସିବିଆଇ ନିର୍ଦ୍ଦେଶକଙ୍କୁ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ବିରୋଧ : କହିଲେ, ଋଷିକୁମାର ଶୁକ୍ଲାଙ୍କ ନିକଟରେ ଦୁର୍ନୀତି ମାମଲା ତଦନ୍ତର ପର୍ଯ୍ୟାପ୍ତ ଅନୁଭବ ନାହିଁ

115

କନକ ବ୍ୟୁରୋ : କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ନୂଆ ସିବିଆଇ ନିର୍ଦ୍ଦେଶକ ଭାବେ ଋଷି କୁମାର ଶୁକ୍ଲାଙ୍କ ନିଯୁକ୍ତିକୁ ବିରୋଧ କରିଛନ୍ତି ।  ପ୍ରଧାନମନ୍ତ୍ରୀଙ୍କୁ ଏ ନେଇ ସେ ନିଜର ଅସନ୍ତୋଷକୁ ଅବଗତ କରାଇଛନ୍ତି ।  ଶୁକ୍ଲାଙ୍କ ନିକଟରେ ଦୁର୍ନୀତି ବିରୋଧୀ ମାମଲା ତଦନ୍ତର ପର୍ଯ୍ୟାପ୍ତ ଅନୁଭବ ନାହିଁ ବୋଲି ସେ କହିଛନ୍ତି ।  ଖଡଗେ ପୂର୍ବରୁ ମଧ୍ୟ ସିବିଆଇ ନିର୍ଦ୍ଦେଶକ ଭାବେ ଆଲୋକ ବର୍ମାଙ୍କ ନିଯୁକ୍ତିକୁ ବିରୋଧ କରିଥିଲେ । ଏପରିକି ପଦରୁ ହଟାଯିବା ସମୟରେ ଖଡଗେ ଏହାର ବିରୋଧ କରିଥିଲେ । ସିବିଆଇ ନିର୍ଦ୍ଦେଶକ ଚୟନ ପାଇଁ ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିରେ ଖଡଗେ ସଦସ୍ୟ ଅଛନ୍ତି ।  ଏହି କମିଟିର ଅନ୍ୟ ଦୁଇ ସଦସ୍ୟ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସୁପ୍ରିମକୋର୍ଟର ପ୍ରଧାନବିଚାରପତି ରଞ୍ଜନ ଗୋଗଇ ।

ଖଡଗେ ଚିଠିରେ ସୁପ୍ରିମକୋର୍ଟ ବନାମ ବିନୀତ ନାରାୟଣ ମାମଲା ଉପରେ ଫଇସଲାକୁ ଦର୍ଶଯାଇଛି , ଯେଉଁଠି ବରିଷ୍ଠତା, ସଚ୍ଚୋଟତା ଓ ଦୁର୍ନୀତି ବିରୋଧରେ ଯାଂଚ କରିବାର ଅନୁଭବକୁ ମାନଦଣ୍ଡ ଧରାଯାଏ । ଏହି ଆଧାରରେ ସମିତି ବରିଷ୍ଠତା ବ୍ୟତୀତ ଦୁର୍ନୀତି ମାମଲାକୁ ଯାଂଚରେ ସର୍ବନିମ୍ନ ୧୦୦ ମାସର ଅନୁଭବ ଥିବା ଅଧିକାରୀଙ୍କୁ ଚୟନ କରିବାର ସୁପାରିଶ କରିଥିଲେ ।