ଭରଣପୋଷଣ ପାଇଁ ଅରବାଜଙ୍କ ଠାରୁ ୧୫ କୋଟି ଦାବି କଲେ ମଲାଇକା ଆରୋରା ଖାନ

41

ବିବାହିତ ଦମ୍ପତିଙ୍କ ପାଇଁ ଉଦାହରଣ ପାଲଟିଥିବା ମଲାଇକା ଆରୋରା ଖାନ ଓ ଅରବାଜଙ୍କ ସଂପର୍କରେ ଏବେ ଫାଟ ସୃଷ୍ଟି ହୋଇଛି । ୧୮ ବର୍ଷର ବୈବାହିକ ଜୀବନ ବିତାଇବା ପରେ ମଲାଇକା ଏବେ ସେମାନଙ୍କ ସଂପର୍କକୁ ଭାଙ୍ଗି ଅରବାଜଙ୍କ ଠାରୁ ଛାଡପତ୍ର ନେବାକୁ ମନସ୍ଥ କରି ସାରିଛନ୍ତି । ଏହାସହ ମଲାଇକା ତାଙ୍କର ଭରଣପୋଷଣ ପାଇଁ ଅରବାଜଙ୍କ ଠାରୁ ୧୫ କୋଟି ଟଙ୍କା ଦାବି କରିଛନ୍ତି ।

ଦୈନିକ ଭାସ୍କରର ଏକ ରିପୋର୍ଟ ଅନୁସାରେ ମଲାଇକା କୋର୍ଟରେ ଭରଣପୋଷଣ ପାଇଁ ଯେଉଁ ଟଙ୍କା ଦାବି କରିଛନ୍ତି ସେଥିରେ ୩.୫ କୋଟି ଟଙ୍କା ମୁମ୍ବାଇର ବାନ୍ଦ୍ରାରେ ଏକ ଫ୍ଲାଟ ପାଇଁ , ପୁଅ ପାଇଁ ୨.୫ କୋଟି ଟଙ୍କା ଫିକ୍ସଡ ଡିପୋଜିଟ ଓ ପୁଅ ନାଁରେ ୨ କୋଟିର କାର ଆଦି ସାମିଲ ଅଛି । ଏହା ବ୍ୟତୀତ ମଲାଇକା ସେମାନଙ୍କ ପୁଅର ୨୧ ବର୍ଷ ହେବା ପର୍ଯ୍ୟନ୍ତ ପ୍ରତି ମାସରେ ୫ ଲକ୍ଷ ଟଙ୍କାଏ ପଢା ଖର୍ଚ୍ଚ ମଧ୍ୟ ଦାବିି କରିଛନ୍ତି । ଏହାସହ ନିଜ ପାଇଁ ମଲାଇକା ଅରବାଜଙ୍କ ଠାରୁ ୫ କୋଟି ଟଙ୍କା ମାଗିଛନ୍ତି ।

ସେପଟେ ଅରବାଜଙ୍କ ସିନେ କ୍ୟାରିୟରରେ ସେମିତି କିଛି ଆଖି ଦୃଶିଆ ସଫଳତା ଦେଖିବାକୁ ମିଳୁନି ଏବଂ ପ୍ରଯୋଜକ ହୋଇ ସେ ଯେଉଁ ସିନେମା ସବୁ ତିଆରି କରିଛନ୍ତି , ସେ ଟଙ୍କା ଭାଇ ସଲମାନ ତାଙ୍କୁ ଦେଇଛନ୍ତି ବୋଲି ସୂଚନା ମିଳିଛି । ଏମିତିରେ ଅରବାଜଙ୍କ ଓଳିଲ ଅଦାଲତରେ ସ୍ପଷ୍ଟ କରିଛନ୍ତି ଯେ ଅରବାଜ ମଲାଇକାଙ୍କ ଏଇ ଦାବିକୁ ପୂରଣ କରିବା ପାଇଁ ସକ୍ଷମ ନୁହଁନ୍ତି ।

ଅରବାଜ କୋର୍ଟରେ କହିଛନ୍ତି ସେ ନିଜ ବୈବାହିକ ଜୀବନକୁ ବଞ୍ଚାଇବା ପାଁଇ ବହୁତ ଚେଷ୍ଟା କରିଛନ୍ତି କିନ୍ତୁ ମଲାଇକା ତାଙ୍କ ଜିଦରେ ଅଟଳ । ଏ ମାମଲାରେ ଏଯାଏଁ କୋର୍ଟ କୈାଣସି ରାୟ ଶୁଣାଇ ନାହାନ୍ତି ଏବଂ ଭରଣପୋଷଣ ରାଶି ଉପରେ ଉଭୟଙ୍କ ସ୍ଥିତିକୁ ବିଚାର କରି ନିଷ୍ପତି ନିଆଯିବ ବୋଲି କୋର୍ଟ କହିଥିବା ସୂଚନା ମିଳିଛି ।