ମାଲକାନଗିରିରେ କାଳବୈଶାଖୀ ତାଣ୍ଡବ ! ଭେଜାଙ୍ଗିୱାଡା ଆବାସିକ ବିଦ୍ୟାଳୟରେ ଗଛ ପଡି ୩ ଛାତ୍ର ଗୁରୁତର

44

କନକ ବ୍ୟୁରୋ : ମାଲକାନଗିରିରେ କାଳବୈଶାଖୀର ତାଣ୍ଡବ । ଆଜି ସକାଳୁ ସକାଳୁ ଜିଲ୍ଲାରେ କାଳବୈଶଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଘରଦ୍ୱାର ଭାଙ୍ଗି ଯାଇଛି । କାଲିମେଳା ଭେଜାଙ୍ଗିୱାଡା ଆବାସିକ ବିଦ୍ୟାଳୟ ଉପରେ ଭାଙ୍ଗିପଡିଛି ଗଛ । ଏଥିରେ ୩ ଛାତ୍ର ଆହତ ହୋଇଛନ୍ତି । ସେମାନଙ୍କୁ କାଲିମେଳା ଡାକ୍ତରଖାନାରେ ଭର୍ତି କରାଯାଇଛି ।