ମାଲକାନଗିରିରେ ମଦ ଦୋକାନରେ ଭିଡ । ଅନଲାଇନ ବିକ୍ରି ଆଇନକୁ ଉଲ୍ଲଙ୍ଘନ କରି ଖୁଲମଖୁଲା ଚାଲିଛି ମଦ ବିକ୍ରି । ଡେଲିଭରି ଚାର୍ଜ ନେଇ କାଉଣ୍ଟରରେ ବିକ୍ରି ହେଉଛି ମଦ

190

କନକ ବ୍ୟୁରୋ : ଦ୍ୱିତୀୟ ଦିନରେ ବି ଲାଗିଛି ମଦ ଦୋକାନ ରେ ଭିଡ । ମାଲକାନଗିରି ଜିଲ୍ଲାରୁ ଆସିଛି ଏହି ଚିତ୍ର । ଦେଖନ୍ତୁ ସଦର ମହକୁମା ରେ କେମିତି ଖୁଲମଖୁଲା ଦୋକାନ ରେ ବିକ୍ରୀ ହୋଉଛି ମଦ । ନା ମାସ୍କ ଅଛି, ନା ସାମାଜିକ ଦୁରତା । ଲକ ଡାଉନ ର ସବୁ ନିତି ନିୟମ କୁ ଫୁ କରି ମଦ କିଣିବା ଲାଗି ଭିଡ ଜମାଇଛନ୍ତି ଗ୍ରାହକ । ଦୋକାନ ଶଟର ସିନା ବନ୍ଧ,ତେବେ ବେଧଡ ଚାଲିଛି ମଦ ବ୍ୟାପାର । ଆଉ ହୋମ ଡେଲିଭରି ଚାର୍ଜ ନେଇ ଦୋକାନ ରେ ହିଁ ବିକ୍ରୀ ହୋଉଛି ମଦ । ଆଉ ମଦ୍ୟପଙ୍କ ମଦ ନିଶା ଏତେ ଯେ ଚଢା ଦର ରେ କିଣିବା ନେଇ ପ୍ରତିବାଦ ମଧ୍ୟ ନାହିଁ ।

ନବରଙ୍ଗପୁର ଜିଲ୍ଳାରେ ବି ଆରମ୍ଭ ହୋଇଯାଇଛି ମଦର ହୋମ ଡେଲିଭରି । ହେଲେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଦିବାସୀ ଅଧ୍ୟୁଷିତ ଅଂଚଳର ଲୋକ । ଅନେକ ଲୋକଙ୍କ ନିକଟରେ ସ୍କାର୍ଟ ଫୋନ ନଥିବା ବେଳେ କେମିତି ଅନଲାଇନରେ ମଦ କିଣିବେ ତାହା ବୁଝିପାରୁନାହାନ୍ତି । ଅନ୍ୟପଟେ ଚଢା ଦରରେ ମଦ ବିକ୍ରିକୁ ନେଇ ମଧ୍ୟ ଗ୍ରାହକ ଅସନ୍ତୋଷ ପ୍ରକାଶ କରିଛନ୍ତି ।