ସଭାସ୍ଥଳରେ ସ୍ୱାମୀଙ୍କୁ ପିଟିଲେ ସ୍ତ୍ରୀ ! ଛାତ୍ରୀଙ୍କୁ ଅସଦାଚାରଣ ଅଭିଯୋଗ ପରେ ଗାଁ କମିଟି ବୈଠକରେ ଦେଲେ ଶାସ୍ତି

33

କନକ ବ୍ୟୁରୋ : ସଭାସ୍ଥଳରେ ସ୍ୱାମୀଙ୍କୁ ପିଟିଲେ ସ୍ତ୍ରୀ । ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ସ୍ୱାମୀଙ୍କୁ ସଭା ମଝିରେ ସ୍ତ୍ରୀଙ୍କ ମାଡ ନେଇ ଚର୍ଚ୍ଚା । ମାଲାକାନାଗିରି ଜିଲ୍ଲା କାଲିମେଳା ଶିକ୍ଷକ କିଛି ଛାତ୍ରୀଙ୍କୁ ଅସଦାଚରଣ କରୁଥିବାର ଅଭିଯୋଗ ହୋଇଥିଲା । ଏହାକୁ ନେଇ ଗାଁରେ ବୈଠକ ବସିଥିଲା । ଏଥିରେ ସଂପୃର୍ତ ଶିକ୍ଷକଙ୍କ ପତ୍ନୀ ଘୋଷଣା କରିଥିଲେ ଯେ ଘଟଣାର ସତ୍ୟତା ଥିଲେ ସେ ନିଜେ ଦଣ୍ଡ ଦେବେ ।

ତେବେ ଏହି ଅଭିଯୋଗର ସତ୍ୟତା ଥିବାର ଜାଣିବା ପରେ ପତ୍ନୀ ଜଣଙ୍କ ସଭାରେ ସ୍ୱାମୀଙ୍କୁ ମାଡ଼ ମାରିଥିଲେ । ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଦୁଇଜଣ ଶିକ୍ଷକ ପ୍ରତାପ ଚନ୍ଦ୍ର ଦେହୁରୀ, ମନଜିତ ବାଇନ ବିଦ୍ୟାଳରେ ପଢ଼ୁଥିବା ଛାତ୍ରୀଙ୍କୁ ଅସଦାଚରଣ ତଥା ନିର୍ଯାତନା ଦେଉଥିବାର ଅଭିଯୋଗ ହୋଇଥିଲା । ଘଟଣା ଘଟିବାର ଏକମାସ ବିତି ଯାଇଥିଲେ ମଧ୍ୟ ଶିକ୍ଷାନୁଷ୍ଠାନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିଲା ।