କାୟା ମେଲାଉଛି ଜାପାନୀ ଏନସେଫାଲାଇଟିସ୍ : ମାଲାକାନଗିରିରେ ଆଖି ବୁଜିଲେ ଆଉ ୨ ଶିଶୁ

26

ମାଲକାନାଗିରି : ନିୟନ୍ତ୍ରଣକୁ ଆସୁନି ଜାପାନୀ ଏନସେଫାଲାଇଟିସ୍ । ଆଜି ମାଲକାନାଗିରିରେ ଆଉ ୨ ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତ ଶିଶୁ ହେଲେ ଦାନିଗୁଡା ଗାଁର ୨ ବର୍ଷର ଶିଶୁ କନ୍ୟା ସୁଶୀଳା ପଡିଆମୀ ଓ କାଲିମେଳା ବ୍ଲକ ଗାମ୍ଫାକୁଣ୍ଡା ଗାଁର ଲକ୍ଷ୍ମଣ ମାଡକାମି । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ସୁଶୀଳାର ମୃତ୍ୟୁ ହୋଇଛି । ସେପଟେ ସୁଶୀଳାର ବଡ ଭାଇ ଏନସେଫାଲାଇଟିସ ଜ୍ୱରରେ ଗୁରୁତର ଅଛି । ଏହି କ୍ରମରେ ୫୧ ଦିନରେ ମୃତ୍ୟୁ ସଂଖ୍ୟା ୭୮ରେ ପହଂଚିଛି  ।

ସେପଟେ ଉଭୟ ରାଜ୍ୟ ଏବଂ କେନ୍ଦର ଡାକ୍ତରୀ ଦଳ ଜାପାନୀ ଭୁତାଣୁ ଆଗରେ ମଧ୍ୟ ହାର ମାନିଥିବା ବେଳେ ଏବେ ଇଶ୍ୱର ହିଁ ମାଲକାନଗିରି ଜିଲ୍ଲାର ଆଦିବାସୀ ଶିଶୁଙ୍କ ସାହା ଭରସା । ଦୀପାବଳି ଅବସରରେ ହାତରେ କ୍ୟାଣ୍ଡେଲ ଧରି ମାଁ କାଳିଙ୍କ ନିକଟରେ ଏଭଳି କିଛି ପ୍ରର୍ଥନା କରିଛନ୍ତି ମାଲକାନଗିରି ଜିଲ୍ଲାବାସୀ ।

ହଜାର ହଜାର ସଂଖ୍ୟା ରେ ସ୍କୁଲ ଓ କଲେଜ ଛାତ୍ର ଛାତ୍ରି, ବୁଦ୍ଧିଜୀବୀ, ସରକାରୀ ଅଧିକାରୀ, ପୋଲିସ କର୍ମଚାରୀ, ବିଧାୟକ, ଜନ ପ୍ରତିନିଧି ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରିଛନ୍ତି । ମାଲାକାନଗିରି ଡି.ଏନ.କେ ଖେଳ ପଡିଆ ଠାରୁ ଏକ ବିରାଟ ମୌନ ଶୋଭା ଯାତ୍ରା ରେ ଏମାନେ ସହର ପରିକ୍ରମା କରି ଥିଲେ । ମାଁ କାଳି ମାଲକାନଗିରି ଜିଲ୍ଲାରେ ଲାଗି ଥିବା ବ୍ୟାଧିକୁ ତୁରନ୍ତ ଦୁର କରନ୍ତୁ ବୋଲି ଇଶ୍ୱରଙ୍କ ନିକଟରେ କାମନା କରିଛନ୍ତି ସମସ୍ତେ ।