ମାଲକାନଗିରି : ସିନ୍ଧ୍ରୀମାଳ ଆବାସିକ ବିଦ୍ୟାଳୟର ରାତ୍ରି ଭୋଜନରେ ପିଲାଙ୍କୁ ଦିଆଯାଉଛି ଭାତ ସହ ଲୁଣ

26

କନକ ବ୍ୟୁରୋ: ଆବାସିକ ବିଦ୍ୟାଳୟରେ ପିଲାଙ୍କ ରାତ୍ରି ଭୋଜନରେ ଦିଆଯାଉଛି ଭାତ ସହ ଲୁଣ । ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୧୦ କିଲୋମିଟର ଦୁରରେ ଥିବା ସିନ୍ଧ୍ରୀମାଳ ଆବାସିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଘଟଣା ।

ଗତ କାଲି ରାତି ରେ ଆବାଶିକ ବିଦ୍ୟାଳୟରେ ପ୍ରାୟ ୨୮୦ ଛାତ୍ର ଛାତ୍ରୀ ଉପସ୍ଥିତ ଥିବା ବେଳେ କିଛି ପିଲାଙ୍କୁ ଡାଲି ଦିଆଯିବା ବଦଳରେ ଲୁଣ ଦିଆଯାଇଥିଲା । ସରପଂଚ ଏବଂ ଅଭିଭାବକ ମାନେ ଘଟଣାଟି ଜାଣିବା ପରେ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ । ଖବର ପାଇ ଡି.ଡବ୍ଲୁ.ଓ, ଡବ୍ଲୁ.ଇ.ଓ ପ୍ରମୁଖ ଘଟଣା ସ୍ଥଳକୁ ଯାଇ ଥିଲେ ।

ଅଧିକାରୀଙ୍କ ଉପସ୍ଥିତିରେ ତରକାରୀ ରାନ୍ଧୀ ପିଲାଙ୍କୁ ଦିଆଯାଇ ଥିବା ଜଣାପଡିଛି । ଗୋଟିଏ ପଟେ ଅପପୃଷ୍ଟି ନିରାକାରଣ ପାଇଁ ଖାଦ୍ୟ ନିରାପତ୍ତା କମିଶନରଙ୍କ ମାଲକାନଗିରି ଜିଲ୍ଲା ଗସ୍ତ, ଅନ୍ୟପଟେ ଆବାସିକ ବିଦ୍ୟାଳୟରେ ଦିଆଯାଉଛି ଲୁଣ ଆଉ ଭାତ ।