ମାଲକାନଗିରି : ସଫେଇ ଅଭିଯାନରେ ଝାଡୁ ଧରି ରାସ୍ତାକୁ ଓହ୍ଲାଇଲେ ପୌର ନିର୍ବାହୀ ଅଧିକାରୀ

45

କନକ ବ୍ୟୁରୋ : ଦବଙ୍ଗ ଡି.ଏସ.ଏପିଙ୍କ ସଫେଇ ଅଭିଯାନ ପରେ ଏବେ ପୌରାଂଚଳରେ ଝାଡୁ ଧରି ରାସ୍ତାକୁ ଓହ୍ଲାଇଲେ ଖୋଦ ପୌର ନିର୍ବାହୀ ଅଧିକାରୀ । ଆଜି ସକାଳୁ ଏଭଳି ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ମହୁକୁମାରେ । ପୌର ପରିଷଦ ଅନ୍ତର୍ଗତ ମହେଶ୍ୱରୀ କଲୋନୀରେ କୁଢ କୁଢ ଆବର୍ଜନା ସାଙ୍ଗକୁ ନାଳ ନର୍ଦମା ସଫା ହୋଉ ନଥିବା ଯୋଗୁ ମହେଶ୍ୱରୀ ଯୁବ ସଙ୍ଗଠନର ଯୁବକମାନେ ସଫେଇ ଅଭିଯାନ ଆରମ୍ଭ କରିଥିଲେ ।

ମାଲକାନଗିରି ପୌର ପରିଷଦର ନିର୍ବାହୀ ଅଧିକାରୀ ଆଜି ସକାଳୁ ସଫେଇ ଅଭିଯାନକୁ ତଦାରଖ କରୁଥିବା ସମୟରେ ଏଭଳି ଦୃଶ୍ୟ ଦେଖି ଖୋଦ୍ ହାତରେ ଝାଡୁ ଓ ମୁହଁରେ ମାସ୍କ ପିନ୍ଧି ମହେଶ୍ୱରୀ ସମାଜର ଯୁବକଙ୍କ ସହ ସଫେଇ ଅଭିଯାନରେ ଲାଗିପଡି ଥିଲେ । ମହେଶ୍ୱରୀ ଯୁବ ସଙ୍ଗଠନର କ୍ଲିନ କଲୋନୀ ଅଭିଯାନକୁ ସମର୍ଥନ ଜଣାଇ ଦୀର୍ଘ ୧ ଘଣ୍ଟା ଧରି ସଫେଇ କାମରେ ଲାଗି ପଡିଥିଲେ ପୌର ପରିଷଦର ମୁଖିଆ ତପନ ନାୟକ ।