ଦେହର ଦାମ୍ ୨ହଜାର ଟଙ୍କା : ମାଲକାନଗିରିରୁ ଆସିଲା ଚାଂଚଲ୍ୟକର ଖବର

109

ମାଲକାନଗିରି : ମାଆ ଆସିଛନ୍ତି ଧରାପୃଷ୍ଠକୁ । ଚାଲିଛି ପୂଜାର୍ଚ୍ଚନା । କେଉଁଠି ସିନ୍ଦୁର ଖେଳ,ପୁଣି କେଉଁଠି ପୁଜାର୍ଚ୍ଚନା । ମାଲକାନଗିରିରେ ପେଣ୍ଡାଲରେ ଚାଲିଥାଏ ମୂର୍ତି ପୂଜା । ହେଲେ ମା କିନ୍ତୁ ଛାଡୁଥାଏ ଚିତ୍କାର ।

ଦୂର୍ଗାପୂଜା ଦିନ ଜଣେ ନାବାଳିକା ଭାଇ ସହ ଆସିଥିଲେ ପୂଜା ଦେଖିବାକୁ । ଆଉ ଫେରିବା ସମୟରେ ମାଥିଲି ହାଟରେ ଗାଡିକୂୁ ଅପେକ୍ଷା କରିଥିବା ବେଳେ ପଡିଯାଇଥିଲେ ରାକ୍ଷସଙ୍କ ହାବୁଡରେ । ଦୁଇ ମୁଖାପିନ୍ଧା ରାକ୍ଷସ ଉଠାଇ ନେଇଥିଲେ ଜଙ୍ଗଲ ଭିତରକୁ । ଆଉ ଧର୍ଷଣ କରି ପୀଡିତାଙ୍କୁ ଦେଖାଇଥିଲେ ନାଲି ଆଖି । ନିଜ ପାଶବିକ ମନ ଭରିଯିବା ପରେ ଲୁଟ ଇଜ୍ଜତ ବାବଦକୁ ଧରାଇ ଦେଇଥିଲେ ୨ ହଜାର ଟଙ୍କା ।

କାନ୍ଦି କାନ୍ଦି ପୀଡିତା ଫେରିଥିଲେ ଘରକୁ । ମାଆକୁ କହିଥିଲେ ସବୁକଥା । ହେଲେ ଧର୍ଷଣକାରୀ ଥିଲା ପାଖ ଗାଁ କଂସାରୀପୁଟର ଜଣାଶୁଣା ମଦମାଫିଆ । ନାଁ ଧର୍ମୁ କିରମ । ଯାହାର ଧନ ଓ ବଳ ଆଗରେ ପୁରା ଗାଁ ମୁଣ୍ଡ ନୁଆଁଉଥିଲା । ତେଣୁ ଧର୍ମୁର ଧର୍ଷଣକୁ ଆଖି ବୁଜି ଦେଇଥିଲା ପଂଚାୟତ । ମାମଲାକୁ ରଫାଦଫା କରିବାକୁ ହେଲା ଉଦ୍ୟମ ।

କୁହାଯାଉଛି ଧର୍ମୁର କବଜାରେ ମାଥିଲି ଥାନା । ତେଶୁ ସ୍ୱେଚ୍ଛାସେବୀଙ୍କ ସହାୟତାରେ ପୀଡିତାଙ୍କ ପରିବାର ପହଂଚିଥିଲେ ମାଲକାନଗିରି ଏସପିଙ୍କ ନିକଟରେ । ଅଭିଯୋଗ ଏବେ ମାଲକାନଗିରି ଥାନାରେ ।

ଏହାସହ ଦେଖନ୍ତୁ ଏହି ଭିଡିଓ –