ନିଖୋଜ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ : ମାଲକାନଗିରି ଭେଜାଙ୍ଗିୱାଡାରେ ଚାଂଚଲ୍ୟ, ପୁଲିସ ତଦନ୍ତ ଆରମ୍ଭ

39

କନକ ବ୍ୟୁରୋ : ନିଖୋଜ ନାବାଳିକାକୁ ତଂଟି ଚିପି ହତ୍ୟା । ଯାହାକୁ ନେଇ ମାଲକାନାଗିରି ଜିଲ୍ଲା ଭେଜାଙ୍ଗିୱାଡା ଗାଁରେ ଚାଂଚଲ୍ୟ ଖେଳିଯାଇଛି । ଗତ ସୋମବାରରୁ ନିଖୋଜ ନାବାଳିକାର ମୃତଦେହ ଗାଁ ପାଖ ଏକ ବିଲରୁ ଉଦ୍ଧାର କରାଯାଇଛି । ତେବେ ଅପହରଣ ପରେ ଦୁଷ୍କର୍ମ କରି ନାବାଳିକାକୁ ତଂଟି ଚିପି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଓଢଣୀରେ ବେକକୁ ଚିପି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ମୁକୁନ୍ଦ ଦଳପତିଙ୍କ ଝିଅ ଗତ ଦୁଇ ଦିନ ତଳୁ ହଠାତ ନିଖୋଜ ହୋଇ ଯାଇଥିଲେ । ତାଙ୍କୁ କେହି ଅପହରଣ କରିନେଇଥିବା ପରିବାର ଲୋକେ ସନ୍ଦେହ କରିଥିଲେ । ତେବେ ଆଜି ସକାଳୁ ଜଙ୍ଗଲ ପାଖ ଜମିରେ ଝିଅର ମୃତଦେହ ପଡ଼ିଥିବା କେତେକ ଗାଁ ଲୋକ ଦେଖି ଝିଆର ବାପାଙ୍କୁ ଖବର ଦେଇଥିଲେ । ପାରିପାର୍ଶ୍ୱିକ ଅବସ୍ଥାରୁ ତାଙ୍କୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରାଯାଇଥିବା ଗ୍ରାମବାସୀମାନେ ସନ୍ଦେହ କରୁଛନ୍ତି । ଏ ନେଇ ପୁଲିସକୁ ସୂଚନା ଦିଆଯାଇଛି । ସମ୍ଭବତ ଏହି କିଶୋରୀଙ୍କୁ ସେହ ଗାଁର କିମ୍ବା ପାଖ ଗାଁର କୌଣସି ଯୁବକ ଅପହରଣ କରି ନେଇ ଏପରି କାଣ୍ଡ କରିଥିବା ସନ୍ଦେହ କରାଯାଉଛି ।