ମାଓବାଦୀଙ୍କ ମନ ବଦଳାଇବାକୁ ମାଲକାନଗିରି ପୋଲିସର ଭିଡିଓ ପ୍ଲାନ : ଆତ୍ମସମର୍ପଣ କରିଥିବା ନକ୍ସଲ ଦେଲେ ମେସେଜ

31

ମାଲକାନଗିରି : ମାଲକାନଗିରି ପୋଲିସର ଭିଡିଓ ପ୍ଲାନ । କ୍ୟାଡର ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ମାଲକାନଗିରି ପୋଲିସର ନିଆରା ପ୍ରୟାସ । ଏକ ଭିଡିଓ ଫୁଟେଜ ମାଧ୍ୟମରେ ଆତ୍ମ ସମର୍ପଣ କରିବା ପାଇଁ ମାଓବାଦୀଙ୍କୁ ସଂଦେଶ ଦେଇଛି ମାଲକାନଗିରି ପୋଲିସ । ରାଜ୍ୟ ସରାକରଙ୍କ ଆତ୍ମସମର୍ପଣ ନୀତି ସହ ମାଓ ହିଂସାର କରୁଣ ପରିଣତିକୁ ଭିଡିଓ ଫୁଟେଜ ମାଧ୍ୟମରେ ଅବତାରଣା କରାଯାଇଛି । ଏଥିପାଇଁ ଲୋନ ମଲଦାନାଦ ଅର୍ଥାତ ଘରବାହୁଡା ନାଁରେ ଏକ ଭିଡିଓ ଜାରି କରିଛି ମାଲକାନଗିରି ପୋଲିସ ।