ପଦାରେ ପଡଲା ବିବାହିତ ଯୁବକଙ୍କ ପରକୀୟା ପ୍ରତି : ଯୁବତୀଙ୍କ ସହ ଶାରିରୀକ ସଂପର୍କ ରଖିବା ଅଭିଯୋଗରେ ଜେଲ ଗଲେ ମାଲକାନଗିରି ଓ.ଟି.ଏଲ.ପିର ପ୍ରୋଜେକ୍ଟ ମ୍ୟାନେଜର

43

କନକ ବ୍ୟୁରୋ : ଲଭ ସେକ୍ସ ଧୋକା । ପଦାରେ ପଡିଲା ରସିକିଆ ମ୍ୟାନେଜରଙ୍କ କାରସାଦି । ଦିର୍ଘ ଦିନ ଧରି ଭିନ୍ନ ଭିନ୍ନ ଯୁବତୀଙ୍କୁ ବିବାହ ପ୍ରଲୋଭଲ ଦେଖାଇ ଶାରିରୀକ ସମ୍ପର୍କ ରଖି ଆସୁଥିଲେ ମାଲକାନଗିରି ଓ.ଟି.ଏଲ.ପିର ପ୍ରୋଜେକ୍ଟ ମ୍ୟାନେଜର । ତେବେ ଏକ ସ୍ୱେଚ୍ଛାସେବୀ ସଙ୍ଗଠନର ଜଣେ ଯୁବତୀଙ୍କ ସହ ଦୀର୍ଘ ୪ବର୍ଷ ହେଲା ସଂପର୍କ ରଖିଥିଲେ ରାକେଶ ପ୍ରଧାନ । ତେବେ ରାକେଶ ବିବାହିତ ଜାଣିବା ପରେ ସଂପୃକ୍ତ ଯୁବତୀ ମାଲକାନଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଆଉ ପୁଲିସ ଯୁବତୀ ଏତଲାକୁ ଭତ୍ତି କରି ରେକେଶଙ୍କୁ ଗିରଫ କରି ଜେଲ ପଠାଇଛି । ସେପେଟ ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ଫସେଇ ଦିଆଯାଇଥିବା ତାଙ୍କର ଜଣେ ସହକର୍ମୀ ସଫେଇ ଦେଇଛନ୍ତି ।

କଂଟ୍ରାକ୍ଟ ବେସିସରେ କାମ କରୁଥିବା ପ୍ରୋଜେକ୍ଟ ମ୍ୟାନେଜର ରାକେଶ ପ୍ରଧାନ ବିବାହିତ ହୋଇ ମଧ୍ୟ ଜଣେ ଯୁବତୀଙ୍କୁ ଫସେଇ ଶାରୀରିକ ସଂପର୍କ ରଖିବା ଅଭିଯୋଗରେ ବନ୍ଧା ହୋଇଛନ୍ତି । ଆଇ.ଟି.ଡି.ଏ ସହ ଅନୁବନ୍ଧିତ ଏକ ସ୍ୱେଚ୍ଛାସେବୀ ସଂଗଠନର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ୪ ବର୍ଷ ଧରି ଶାରିରୀକ ସମ୍ପର୍କ ରଖିଥିଲେ ରାକେଶ । ହେଲେ ପରେ ରାକେଶ ବିବାହିତ ବୋଲି ଜାଣିବା ପରେ ତାଙ୍କ ବିରୋଧରେ ମାଲକାନଗିରି ଥାନାରେ ଏତଲା ଦେଇଛନ୍ତି ସଂପୃକ୍ତ ଯୁବତୀ ।

୨୦୧୫ ମସିହାରେ ରାକେଶ ଜଣେ ଯୁବତୀଙ୍କୁ ମନ୍ଦିରରେ ପ୍ରେମ ବିବାହ କରିଛନ୍ତି । ପୂର୍ବରୁ ମଧ୍ୟ ପ୍ରୋଜେକ୍ଟ ମ୍ୟାନେଜର ରାକେଶ, ସହକର୍ମୀଙ୍କ ସହ ଏଭଳି ଆଚରଣ କରିବା ଅଭିଯୋଗ ଥାନାରେ ଆପୋଷ ବୁଝାମଣାରେ ସମାଧାନ ହୋଇଛି । ହେଲେ ଏଥର କିନ୍ତୁ ଆଇପିସି ଧାରା ୪୧୮, ୪୯୩, ୩୧୩, ୫୦୬ରେ ମାମଲା ରୁଜୁ କରି ମ୍ୟାନେଜର ବାବୁଙ୍କୁ ଜେଲ ପଠାଇଛି ପୁଲିସ । ତେବେ ନିର୍ଦ୍ଦିଷ୍ଟ ଏକ ସ୍ୱେଚ୍ଛାସେବୀ ସଙ୍ଗଠନର ଦୁର୍ନୀତ ପର୍ଦ୍ଦାଫାଶ କରିବାରୁ ରାକେଶକୁ ଫସେଇ ଦିଆଯାଇ ଥିବା କହିଛନ୍ତି ଆଇ.ଟି.ଡି.ଏର ଜଣେ କର୍ମକର୍ତ୍ତା । କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ଲାଗି ନାନା ଆଇନ ରହିଛି । ତଥାପି କିନ୍ତୁ ଉଚ୍ଚ ପଦପଦବୀର ଆଳ ଦେଖାଇ ଯୁବତୀଙ୍କୁ ନିଜ ଜାଲରେ ଫସେଇବାରେ ସଫଳ ହେଉଛନ୍ତି ରାକେଶ ପ୍ରଧାନ ପରି ଅଧିକାରୀ ।