ଲଘୁଚାପ ଲଗାଣ ବର୍ଷାରେ ମାଲକାନଗିରିର ସ୍ଥିତି : ଏମଭି ୯୧ ପୋଲ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ

47

ମାଲକାନଗିରି : ଲଘୁଚାପ ଲଗାଣ ବର୍ଷାରେ ରାଜ୍ୟର ସ୍ଥିତ ବିଗିଡି ଯାଇଛି । ସାରା ରାଜ୍ୟରେ ବର୍ଷୁଛି । ରାଜଧାନୀ ସମେତ ପୁରୀ, ଖୋର୍ଦ୍ଦା, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ମାଲକାନଗିରିରେ ବର୍ଷା ଲାଗି ରହିଛି । ଫଳରେ ନଦୀର ଜଳସ୍ତର ବୃଦ୍ଧି ପାଇଛି । ମାଲକାନଗିରି ଏମଭି ୯୧ ପୋଲ ଉପରେ  ପ୍ରବାହିତ ହେଉଛି ବନ୍ୟାଜଳ । ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ପାଣିର ସ୍ରୋତ ପ୍ରଖର ଥିବାରୁ ପୋଲର ଉଭୟ ପଟରେ ଟ୍ରକ, ବସ୍ ଗୁଡିକ ଅଟକି ରହିଛି ।