ନକ୍ସଲ ଟାର୍ଗେଟରେ ନାବାଳିକା ! ୬ମାସ ପରେ ଯୌନ ରାକ୍ଷସଙ୍କ କବଳରୁ ଖସି ଆସିଲେ ଜଣେ ଛାତ୍ରୀ

27

କନକ ବ୍ୟୁରୋ : ସଂଗଠନ କି ମନୋବଳ ନୁହେଁ ଦୁର୍ବଳ ହୋଇ ପଡିଲାଣି ନକ୍ସଲବାହୀନିର ମାନସିକତା । ଆଦର୍ଶର କଥା କହୁଥିବା ମାଓବାଦୀ ଏବେ ସାଜିଛନ୍ତି ଯୌନରାକ୍ଷସ । ଆଦର୍ଶ ନାଁରେ ଇଜ୍ଜତ ଲୁଟ୍ । ଆଉ ଟାର୍ଗେଟରେ ନାବାଳିକା । ମାଓବାଦୀଙ୍କ ବର୍ବର ଇତିହାସରେ ଯୋଡି ହୋଇଛି ଲଜ୍ଜାର ଅଧ୍ୟାୟ ।

ଏଭଳି ଚାଂଚଲ୍ୟକର ତଥ୍ୟ ପଦାକୁ ଆସିଛି ନକ୍ସଲ ଶିବିରରୁ ଖସି ଆସିଥିବା ଜଣେ ନାବାଳିକାର ବୟାନରୁ । ବିଚ୍ଛିନ୍ନାଂଚଳର ଏହି ନାବାଳିକା କହିଛି, ଗତ ୬ ମାସ ତଳେ ବନ୍ଧୁକ ମୁନରେ ଅପହରଣ କରିନେଇଥିଲେ ତାଙ୍କୁ । ଆଉ ଜଙ୍ଗଲ ଭିତରେ ନିଜ ଫାଇଦା ପାଇଁ ବ୍ୟବହାର କରୁଥିଲେ । ନାଲି ଆଖି ଦେଖାଇ ଧରି ଜଙ୍ଗଲରୁ ଜଙ୍ଗଲ ବୁଲାଉଥିଲେ । କେତେବେଳେ ଭୋକର ଭୟ ତ କେତେବେଳେ ମୃତ୍ୟୁର ଭୟ । ହେଲେ ଚତୁରତାର ସହ ସଇତାନ କବଳରୁ ଖସି ଆସିଛନ୍ତି ନାବାଳିକା ଜଣକ ।

ଏବେ ବି ଆହୁରି ୫ ସ୍କୁଲ୍ ଛାତ୍ରୀ ମାଓବାଦୀଙ୍କ କବଳରେ । ସଂଗଠନକୁ ମଜଭୂତ କରିବାକୁ ନକ୍ସଲବାହିନୀ କରି ନାହାଁନ୍ତି ଅପହରଣ । ବଂର ଘଂଚ ଜଙ୍ଗଲ ଭିତରେ ନିଜ ଉଚ୍ଛାରେ ଯୌନ କ୍ଷୁଧା ମେଂଟାଉଛନ୍ତି ନିଜକୁ କ୍ୟାଡର ଖୋଳପାରେ ଘୋଡାଇ ରଖିଥିବା କାପୁରୁଷମାନେ । ଆଉ ପ୍ରତିବାଦ କଲେ ଅପହୃତାଙ୍କୁ ମିଳୁଛି ମୃତ୍ୟୁର ଭୟ । ସେପଟେ ମାଓବାଦୀଙ୍କ ଏ ନାରକୀୟ କାଣ୍ଡ ସଂପର୍କରେ ଜାଣିବା ପରେ ପୋଲିସ ଆରମ୍ଭ କରିଛି ତନାଘନା ।

କୁହାଯାଉଛି ଯୌନଦାସୀ ପରମ୍ପରା ଆରମ୍ଭ ହେବା ପରେ ନକ୍ସଲ ଶିବିରରୁ କମି ଗଲାଣି ମହିଳା ମାଓବାଦୀଙ୍କ ସଂଖ୍ୟା । ତେଣୁ ନାବାଳିକାଙ୍କୁ ଟାର୍ଗେଟ କରୁଛନ୍ତି ନକ୍ସଲବାହିନୀ । ଆଦିବାସୀର ଗାଁରୁ ଉଠାଇ ନେଉଛନ୍ତି ସ୍କୁଲପଡା ଝିଅଙ୍କୁ ।