ଭୋଟ ଦେଉଛି ମାଲାକାନଗିରି ! ବିଧାୟକ ବାଛିବା ପାଇଁ ଭୋଟ ଦେଉଛନ୍ତି ଭୋଟର୍, କାହା ସପକ୍ଷରେ ଯିବ ମତଦାନ ?

73

କନକ ବ୍ୟୁରୋ : ମାଲକାନଗିରିରେ ଜାରି ରହିଛି ଭୋଟିଂ । ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା । ମାଲକାନଗିରି ପୌରପରିଷଦ, ମାଲକାନଗିରି ବ୍ଲକ୍, କାଲିମେଳା ବ୍ଲକ୍, ପଡିଆ ବ୍ଲକ୍ ଓ କରୁକୋଣ୍ଡା ବ୍ଲକର ୭ଟି ପଂଚାୟତକୁ ନେଇ ମାଲକାନଗିରି ବିଧାନସଭା ନିର୍ବାଚନମଣ୍ଡଳୀ ଗଠିତ । ପଡିଆ ବ୍ଲକ୍ ଓ କରୁକୋଣ୍ଡା ବ୍ଲକ୍ ବିଜେପି ଦଖଲରେ ରହିଛି । କାଲିମେଳା କଂଗ୍ରେସ କବଜାରେ ଥିବାବେଳେ ମାଲକାନଗିରି ବ୍ଳକ୍ ଏବଂ ମାଲକାନଗିରି ମ୍ୟୁନିସପାଲିଟି ବିଜେଡି ଦଖଲରେ ରହିଛି । ସେପଟେ ଆଜି ଭୋଟ ବର୍ଜନ କଲେ ମାଲକାନଗିରି ମାଥିଲି ଅଂଚଳର ୮ ଗାଁର ଗ୍ରାମବାସୀ । ମୌଳିକ ସୁବିଧାରୁ ବଂଚିତ ଓ ଅନ୍ୟ ଗାଁରେ ଭୋଟ କେନ୍ଦ୍ରକୁ ନେଇ ଏମାନେ ଭୋଟ ବର୍ଜନ କରିଛନ୍ତି ।

୨୦୧୯ର ଲଢେଇ
ବିଜେଡି: ମୁକୁନ୍ଦ ସୋଢୀ
କଂଗ୍ରେସ: ମାଲା ମାଢୀ
ବିଜେପି: ଆଦିତ୍ୟ ମାଢୀ

ବିଜେଡି: ମୁକୁନ୍ଦ ସୋଢୀ
– ୨୦୦୯ରେ ବିଧାୟକ
– ୨୦୧୪ରେ ଟିକେଟ୍ କଟିବା ପରେ ବିଜେପି ଯାଇଥିଲେ
– ୨୦୧୯ ନିର୍ବାଚନ ପୂର୍ବରୁ ପୁଣି ବିଜେଡି ଆସି ଟିକେଟ୍ ପାଇଛନ୍ତି

କଂଗ୍ରେସ: ମାଲା ମାଢୀ
– ୨୦୧୪ରେ ପ୍ରାୟ ୩ ହଜାର ଭୋଟରେ ହାରିଥିଲେ
– ପୂର୍ବତନ ସରପଂଚ ଏବଂ କାଲିମେଳା ବ୍ଲକ୍ ଅଧ୍ୟକ୍ଷ
ବିଜେପି: ଆଦିତ୍ୟ ମାଢୀ
– ୨୦୦୯ ଏବଂ ୨୦୧୪ରେ ହାରିଛନ୍ତି
– ୨୦୧୯ରେ ଭାଗ୍ୟ ପରୀକ୍ଷା
– ୨୦୦୯ରେ ଶିକ୍ଷକରୁ ରାଜନୀତିକୁ ଆସିଥିଲେ

ମୁହାଁମୁହିଁ ପ୍ରାର୍ଥୀ
– ତୃତୀୟ ଥର ପାଇଁ ଲଢୁଛନ୍ତି ବିଜେପି ପ୍ରାର୍ଥୀ ଆଦିତ୍ୟ ମାଢୀ
– ବିଜେଡି ପ୍ରାର୍ଥୀ ମୁକୁନ୍ଦ ସୋଢୀ ୨୦୦୯ରେ ବିଧାୟକ ଥିଲେ
– ୨୦୦୯ରେ ପ୍ରାୟ ୧୧ ହଜାର ଭୋଟରେ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇଥିଲେ ମୁକୁନ୍ଦ
– କଂଗ୍ରେସ ପ୍ରାର୍ଥୀ ମାଲା ମାଢୀ ଗତଥର କମ୍ ଭୋଟ( ୩ହଜାର) ରେ ହାରିଥିଲେ

ମାଲକାନଗିରି ବିଧାନସଭା ଆସନ
– ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ
– କୋରାପୁଟ ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ ମାଲକାନଗିରି ବିଧାନସଭା ଆସନ
– ଅରବିନ୍ଦ ଢାଲି ବିଜେପିରୁ ଲଗାତର ୩ ଥର ବିଧାୟକ ହୋଇଥିଲେ
– ୨୦୦୯ ଏବଂ ୨୦୧୪ରେ ବିଜେଡି ଜିତିଥିଲା

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୧୦ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୬ ହଜାର ୮୮୪
– ମତ ଦେଇଥିଲେ – ୧ ଲକ୍ଷ ୪୬ ହଜାର ୩୮୩
– ଭୋଟଦାନ ହାର –୭୪.୩୫%

୨୦୧୪ର ଫଳାଫଳ
ପ୍ରାର୍ଥୀ                              ଦଳ                 ଭୋଟ           ପ୍ରତିଶତ            ଫଳାଫଳ
ମାନସ ମାଡକାମୀ                ବିଜେଡି            ୪୭,୭୩୭     ୩୨.୬୧%        ବିଜୟୀ
ମାଲା ମାଢୀ                       କଂଗ୍ରେସ           ୪୪,୪୨୫      ୩୦.୩୫%      ପରାସ୍ତ
ଆଦିତ୍ୟ ମାଢୀ                     ବିଜେପି            ୩୬,୨୧୨       ୨୪.୭୪%     ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ମାନସ ମାଡକାମୀ
ଦଳ – ବିଜେଡି
ଭୋଟ – ୪୭,୭୩୭
ପ୍ରତିଶତ – ୩୨.୬୧%
ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ଆଦିତ୍ୟ ମାଢୀ
ଦଳ – ବିଜେପି
ଭୋଟ – ୩୬,୨୧୨
ପ୍ରତିଶତ – ୨୪.୭୪%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ମାଲା ମାଢୀ
ଦଳ – କଂଗ୍ରେସ
ଭୋଟ – ୪୪,୪୨୫
ପ୍ରତିଶତ – ୩୦.୩୫%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡିର ମାନସ ମାଡକାମୀ ଜିତିଥିଲେ
– ୪୭ ହଜାର ୭୩୭ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ମାଲା ମାଢୀଙ୍କୁ ପରାସ୍ତ କରିଥିଲେ
– ୩ ହଜାର ୩୧୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୭ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ
– ମୈଦାନରେ ଥିଲେ ମୋଟ ୭ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୩ ହଜାର ୦୯୪
– ମତ ଦେଇଥିଲେ – ୯୭ ହଜାର ୦୬୩
– ଭୋଟଦାନ ହାର – ୫୦.୨୭%

୨୦୦୯ର ଫଳାଫଳ
ପ୍ରାର୍ଥୀ                         ଦଳ            ଭୋଟ              ପ୍ରତିଶତ               ଫଳାଫଳ
ମୁକୁନ୍ଦ ସୋଢ଼ି                ବିଜେଡି       ୩୮,୭୮୮         ୩୯.୯୬%          ବିଜୟୀ
ନବୀନ ଚନ୍ଦ୍ର ମାଡକାମି      କଂଗ୍ରେସ     ୨୭,୮୮୨          ୨୮.୭୩%          ପରାସ୍ତ
ଆଦିତ୍ୟ ମାଢ଼ି                ବିଜେପି       ୧୯,୪୪୫         ୨୦.୦୩%          ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ମୁକୁନ୍ଦ ସୋଢ଼ି
ଦଳ – ବିଜେଡି
ଭୋଟ – ୩୮,୭୮୮
ପ୍ରତିଶତ – ୩୯.୯୬%
ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ଆଦିତ୍ୟ ମାଢ଼ି
ଦଳ – ବିଜେପି
ଭୋଟ – ୧୯,୪୪୫
ପ୍ରତିଶତ – ୨୦.୦୩%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ନବୀନ ଚନ୍ଦ୍ର ମାଡକାମି
ଦଳ – କଂଗ୍ରେସ
ଭୋଟ – ୨୭,୮୮୨
ପ୍ରତିଶତ – ୨୮.୭୩%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡିର ମୁକୁନ୍ଦ ସୋଢୀ ବିଜୟୀ ହୋଇଥିଲେ
– ୩୮ ହଜାର ୭୮୮ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ନବୀନ ଚନ୍ଦ୍ର ମାଡକାମୀଙ୍କୁ ପରାସ୍ତ କରିଥିଲେ
– ୧୦ ହଜାର ୯୦୬ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୪ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪
– ୨୦୧୪ରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ବଦଳାଇଥିଲେ
– ମୁକୁନ୍ଦ ସୋଢୀଙ୍କ ସ୍ଥାନରେ ମାନସ ମାଡକାମୀଙ୍କୁ ପ୍ରାର୍ଥୀ କରି ଜିତିଥିଲା ବିଜେଡି
– ନବୀନ ଚନ୍ଦ୍ର ମାଡକାମୀଙ୍କ ବଦଳରେ ମାଲା ମାଢୀଙ୍କୁ ଟିକେଟ ଦେଇଥିଲା କଂଗ୍ରେସ
– ଆଦିତ୍ୟ ମାଢୀଙ୍କୁ ପୁଣି ପ୍ରାର୍ଥୀ କରି ବିଜେପି ତୃତୀୟ ସ୍ଥାନରେ ହିଁ ରହିଥିଲା