ଉଦାହରଣ ବନିଲେ ବିଧାୟକ ! ବନ୍ୟାରେ ଧୋଇଯିବା ପରେ ମାଲକାନଗରି ରାସ୍ତା ମରାମତି କଲେ ଚିତ୍ରକୋଣ୍ଡା ଏମଏଲଏ ।

28

କନକ ବ୍ୟୁରୋ : ଏଭଳି ଅନେକ ଉଦାହରଣ ସାମ୍ମାକୁ ଆସିଛି ଯେଉଁଥିରେ ଉଚ୍ଚପଦସ୍ଥ କର୍ମଚାରୀ ତଥା କୌଣସି ନେତା କିମ୍ବା ବିଧାୟକ ଲୋକଙ୍କ ଅସୁବିଧାକୁ ଆଖି ଆଗରେ ରଖି ନିଜେ ପଦବୀର ଅହଙ୍କାର ନ ରଖି କାମ କରିବାକୁ ଆଗେଇ ଆସିଛନ୍ତି । ଏଭଳି ଆଉ ଏକ ଉଦାହରଣ ଏବେ ସାମ୍ମାକୁ ଆସିଛି ।

ଘଟଣାଟି ହେଉଛି ମାଲକାନଗିରି ଚିତ୍ରକୋଣ୍ଡାର । ବର୍ତ୍ତମାନ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଚିତ୍ରକୋଣ୍ଡା ବିଧାୟକ । ବନ୍ୟାରେ ରାସ୍ତା ଧୋଇଯିବା ପରେ ମାଲକାନଗିରି ରାସ୍ତା ମରାମତି କରିଛନ୍ତି ଚିତ୍ରକୋଣ୍ଡା ବିଧାୟକ । ଲଗାଣ ବର୍ଷା ସାଙ୍ଗକୁ ସାବେରି ଓ ସିଲେରୁ ନଦୀ ପାଣି ଆସି ଚିତ୍ରକୋଣ୍ଡାର ମୁଖ୍ୟ ରାସ୍ତାକୁ ଧୋଇ ନେଇଥିଲା । ବିଧାୟକ ନିଜେ ସ୍ଥାନୀୟ ଲୋକଙ୍କ ସହ ମିଶି ଖବରପୁଟ –ମାଝୀଗୁଡା ରାସ୍ତା ମରାମତି କରିଛନ୍ତି । ହାତରେ ମାଟି ହାଣିବା ସହ ପଥର ଖଣ୍ଡ ପକାଇ ରାସ୍ତାର ମରାମତି କରିଛନ୍ତି । ବିଧାୟକଙ୍କ ଏଭଳି କାର୍ଯ୍ୟକୁ ଗ୍ରାମବାସୀଙ୍କ ସହ ସବୁରି ମହଲରୁ ପ୍ରଶଂସା କରାଯାଉଛି ।