ମାଲକାନଗିରି ବିଧାୟକଙ୍କୁ କାନ୍ଧରେ ବୋହିଲେ କର୍ମୀ : ବିଧାୟକ କହିଲେ ଏହା ଶ୍ରଦ୍ଧାର ପ୍ରତୀକ ,ଚିତ୍ରକୁ ନେଇ ଉଠିଲା ପ୍ରଶ୍ନ

24

କନକ ବ୍ୟୁରୋ : କର୍ମୀଙ୍କ କାନ୍ଧରେ ବିଧାୟକ । ବିଧାୟକଙ୍କ ବହୂମୂଲ୍ୟ ଜୋତା ଓ ବସ୍ତ୍ର ଯେମିତି ପାଣିରେ ନ ଭିଜେ ସେଥିପାଇଁ କର୍ମୀଙ୍କ କାନ୍ଧର ସାହାରା ନେଇଛନ୍ତି ବିଧାୟକ । ସାବେରୀ ନଦୀ ପାରହେବା ଲାଗି କର୍ମୀଙ୍କ କାନ୍ଧରେ ବୁହାହୋଇଛନ୍ତି ମାଲକାନଗିିରି ବିଧାୟକ ମାନସ ମାଡକାମୀ ।

ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଓ ବିଧାୟକ ମାନସ ମାଡକାମୀ ଟିମ୍ ପଂଚାୟତ ଚଲୋ ଅଭିଯାନରେ ଯୋଗଦେବା ଲାଗି ରାଜ୍ୟର ଶେଷ ସୀମା କୁହାଯାଉଥିବା ମୋଟୁ ପଂଚାୟତକୁ ଯାଇଥିଲେ । ତେବେ ବିଧାୟକଙ୍କ ଯୋତା ନଷ୍ଟ ହେବା ଓ ଧଳା କପଡାରେ ଦାଗ ଲାଗିଯିବା ଭୟରେ କର୍ମୀଙ୍କ କାନ୍ଧରେ ବୁହାହୋଇ ମୋଟର ଲଂଚରେ ଚଢିଥିଲେ ବିଧାୟକ ।

ଦେଖନ୍ତୁ ଏହି ଭିଡିଓ –