ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପ୍ରଶାସନର ପଶିଲା ଚେତା ! ମାଲକାନଗିରିର ନୂଆ ଡାକ୍ତରଖାନାର ସ୍ଥିତି ସମୀକ୍ଷା କଲେ ବିଭାଗୀୟ ସଚିବ, ଖୁବଶୀଘ୍ର କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

69

କନକ ବ୍ୟୁରୋ : ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଚିହିଁକି ଉଠାଲା ପ୍ରଶାସନ । ମାଲକାନଗିରି ଜିଲ୍ଲାରେ ନିର୍ମାଣ ହୋଇଥିବା ୩୦୦ ସଜ୍ଜା ବିଶିଷ୍ଟ ଜିଲ୍ଲା ହସ୍ପିଟାଲକୁ ପି.ପି.ପି ମୋଡରେ ଘରୋଇ କମ୍ପାନୀ ହାତରେ ଟେକି ଦେବାକୁ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ଗଣମାଧ୍ୟମର ଖବର ପ୍ରସାରଣ ପରେ, ଉଦ୍ୟୋଗ ସଚିବ ବିଜୟ ଅରୋରା, ମାଲକାନଗିରି ମେଡକାଲ ଗସ୍ତ କରି ଉଭୟ ପୁରୁଣା ଓ ନୂଆ କୋଠାର ସ୍ଥିତି ସମିକ୍ଷା କରିଥିଲେ ।

୫୦ କୋଟି ବ୍ୟୟରେ ନିର୍ମିତ ନୁତନ ୭ ମହଲା କୋଠା ରେ ତୁରନ୍ତ ଜଳ ଯୋଗାଣ, ଅଗ୍ନି ନିରାପତ୍ତା, ଅକ୍ସିଜେନ ସଂଯୋଗିକରଣ ବ୍ୟବସ୍ଥାକୁ ଖୁବଶିଘ୍ର ସାରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସଚିବ । ପି.ପି.ପି ମୋଡରେ ଡାକ୍ତରଖାନା ର ଅଧା ଅଂଶକୁ ଘରୋଇ କମ୍ପାନୀକୁ ଦେବା ଲାଗି ନିଷ୍ପତି ହୋଇ ଥିବାରୁ ତୁରନ୍ତ କାମ ସାରିବାକୁ ଲାଚିଛନ୍ତି ପ୍ରଶାସନ ଓ ରାଜ୍ୟ ସରକାର । ତେବେ ଜିଲ୍ଲା ଚିକିତ୍ସାଳୟର ଘରୋଇକରଣ କୁ ବିଭିନ୍ନ ମହଲରେ ବିରୋଧ ହୋଉ ଥିବାରୁ ସଚିବ ଶ୍ରୀ ଅରୋରା ଏନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ବୋଲି ଜଣା ପଡିଛି ।