ଲାଲ୍ କରିଡରରେ ଯୌନ ଶୋଷଣ ଅଭିଯୋଗ : ପୁଲିସ ନିକଟରେ ଫେରାଦ ହେଲେ ମହିଳା ମାଓବାଦୀ

44

ମାଲକାନଗିରି:ପୁଲିସ ନିକଟରେ ଫେରାଦ୍ ହେଲେ ମାଓବାଦୀ । ଲାଲ୍ କରିଡରରେ ଯୌନ ଶୋଷଣର ଅଭିଯୋଗ । ପୁରୁଷ ମାଓବାଦୀଙ୍କ ଲୋଲୁପ ଦୃଷ୍ଟିର ଶିକାର ହୋଇଛନ୍ତି ୨ ଜଣ ମହିଳା ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ କ୍ୟାଡରର ଦୁଇ ଜଣ ମହିଳା ଏନେଇ ଲିଖିତ ଭାବେ ଜଗଦଲପୁର ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । ଛତିଶଗଡ଼ ବାରାସୁର ଏରିଆ କମିଟିର ମୁଖ୍ୟ ବିଲାସ ଓ ନାସିକ୍ ତାଙ୍କୁ ବାରମ୍ବାର ବଳାକ୍ତାର କରିଥିବା ଅଭିଯୋଗ କରିଛନ୍ତି । ଏମିତିକି ସେମାନଙ୍କୁ ଗର୍ଭବତୀ କରି ଛାଡି ଦେଇଥିଲେ ଲାଲ୍ ସର୍ଦ୍ଦାରମାନେ । ନିଜର ପାପ ଲୁଚାଇବାକୁ ଯାଇ ଏମାନେ ମହିଳାମାଓବାଦୀଙ୍କୁ ଗର୍ଭନିରୋଧ ବଟିକା ଓ ଇଂଜେକ୍ସନ୍ ଦେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଏନେଇ ପ୍ରତିବାଦ କଲେ ଜୀବନରୁ ମାରିଦେବାର ଧମକ ଦିଆଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ମହିଳା ମାଓବାଦୀଙ୍କ ବିରୋଧରେ ହେଉଥିବା ଏହି ଅତ୍ୟାଚାର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେବା ସହ ସେମାନଙ୍କୁ ସମାଜିକ ନ୍ୟାୟର ଭରସା ଦେଇଛନ୍ତି ବସ୍ତର ଏସପି ।