ବିଛିନ୍ନାଞ୍ଚଳରେ ଲାଲବାହିନୀର ତାଣ୍ଡବ ! ପୁଲିସ ଇନଫର୍ମର ସନ୍ଦେହରେ ଆଉ ଏକ ମୁଣ୍ଡ ନେଲେ ନକ୍ସଲ

17

କନକ ବ୍ୟୁରୋ : ମାଲକାନଗିରିରେ ଲାଲବାହିନୀର ବିଭତ୍ସକାଣ୍ଡ । ପୁଲିସ ଇନଫର୍ମର ସନ୍ଦେହରେ ଆଉ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଗତକାଲି ଜଣଙ୍କୁ ହତ୍ୟା କରିଥିବା ବେଳେ ଆଜି ଆଉ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ପୁଲିସ ଇନଫର୍ମର ସନ୍ଦେହରେ ଚିତ୍ରକୋଣ୍ଡା ପାପେରାମେଟାଲ ପଂଚାୟତର ଜିଆରଏଫ ଜଗା ରାଓଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି ମାଓବାଦୀ । ଗତକଲି ଏମବି ୭୯ ଛେଳିଆମୁଣ୍ଡା ଗାଁରେ ଜଣଙ୍କୁ ହତ୍ୟା କରିଥିଲେ ମାଓବାଦୀ ।