ମାଲକାନଗିରିରୁ ନିର୍ବାଚନ ଅଧିକାରୀଙ୍କୁ ଅପହରଣ : ଚିତ୍ରକୋଣ୍ଡାରୁ ୬ ଜଣଙ୍କୁ ଉଠାଇ ନେଲେ ମାଓବାଦୀ

27

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ କାରନାମା । ଭୋଟ ବର୍ଜନ ନେଇ ବିଚ୍ଛିନ୍ନାଚଳରେ ପ୍ରଜାମେଳି କରିବାର ମାତ୍ର ଦିନ କେଇଟା ପରେ ୫ ଜଣ ନିର୍ବାଚନ ଅଧିକାରୀଙ୍କ ଓ ଜଣେ ପୂର୍ବତନ ସରପଂଚଙ୍କୁ ଅପହରଣ କରିଛନ୍ତି ନକ୍ସଲ । ଚିତ୍ରକୋଣ୍ଡାରୁ ମାଓବାଦୀମାନେ ୬ ଜଣ ନିର୍ବାଚନ ଅଧିକାରୀଙ୍କୁ ଅପହରଣ କରିନେଇଥିବା ସୂଚନା ମିଳିଛି ।  ଅପହରଣ ହୋଇଥିବା ବ୍ୟକ୍ତି ପୂର୍ବତନ ସରପଂଚ ଧନ ସୀସା ଓ ନିର୍ବାଚନ ଅଧିକାରୀ କାମିନୀକାନ୍ତ ସି ,ଲିଙ୍ଗରାଜ ମାଝୀ, ହୃଷିକେଶ ନାୟକ, ପ୍ରବୀଣ ସୋରେନ୍ ଓ ପର୍ଶୁରାମ ବେହେରା ବୋଲି ଜଣାପଡିଛି ।

ସେପଟେ ଘଟଣାରେ ଡିଜିପି କହିଛନ୍ତି ଖୋଜିବା ପାଇଁ ଏକ ଟିମ୍ ପଠାଯାଇଛି । ତେବେ ବିଚ୍ଛିନ୍ନାଂଚଳ ହୋଇଥିବାରୁ ସମ୍ପର୍କ ହୋଇପାରୁନଥିବା କହିଛନ୍ତି ଡିଜିପି  ।

ଦେଖନ୍ତୁ ଏହି ଭିଡିଓ :