ମାଲକାନଗିରି ବିଚ୍ଛିନ୍ନାଂଚଳରେ ମଟର ଲଂଚ ବନ୍ଦ ! ସ୍ଥାୟୀ ନିଯକ୍ତି ଦାବିରେ ଚିତ୍ରକୋଣ୍ଡାରେ ଲଂଚ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

43

କନକ ବ୍ୟୁରୋ: ମାଲକାନଗିରି ଚିତ୍ରକୋଣ୍ଡାରେ ଲଂଚ ସେବା ବନ୍ଦ । ଲଂଚରେ କାମ କରୁଥିବା ଅସ୍ଥାୟୀ କର୍ମଚାରୀ ମାନେ ଲଂଚ ବନ୍ଦ କରିଛନ୍ତି । ଫଳରେ ବିଚ୍ଚିନ୍ନାଂଚଳରୁ ଚିତ୍ରକୋଣ୍ଡା ଆସୁଥିବା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ୬ ଦଫା ଦାବି ନେଇ ଲଂଚ କର୍ମଚାରୀମାନେ ଧାରଣାରେ ବସିଛନ୍ତି ।

ଲଂଚ ବନ୍ଦ ହେବା ଦ୍ୱାରା ପଣସପୁଟ,ଅଣ୍ଡ୍ରାପାଲି, ଯୋଡାଆମ୍ବ,ଯନ୍ତ୍ରୀ ପଂଚାୟତକୁ ଯୋଗାଯୋଗ ଠପ ହୋଇଯାଇଛି । ଯାତ୍ରୀମାନେ ନିଜ ନିଜର ଦୈନ୍ୟଦିନ ସାମଗ୍ରୀ ନେଇ ପ୍ରାୟ ୧୧ ଘଂଟା ହେବ ବସିରହିଛନ୍ତି । ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ କି ଲିଖିତ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଅସ୍ଥାୟୀ କର୍ମଚାରୀମାନେ ଅନିଦ୍ଦିଷ୍ଟ କାଳ ପାଇଁ ଲଂଚ ସେବା ବନ୍ଦ ରଖିବେ ବୋଲି କହିଛନ୍ତି ।