ମୃତ୍ୟୁର ଉପତ୍ୟକା ପାଲଟିଛି ମାଲକାନଗିରି : ୪୫ ଦିନରେ ମୃତ୍ୟୁ ସଂଖ୍ୟା ପହଂଚିଲା ୭୦ରେ

30

ମାଲକାନଗିରି : ମାଲକାନଗିରିରେ ଥମୁନି ଜାପାନି ଏନସେଫାଲାଇଟିସ ଆତଙ୍କ । ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଏହାସହ ୪୫ ଦିନରେ ମୃତ୍ୟୁ ସଂଖ୍ୟା ୭୦ରେ ପହଂଚିଛି । ମୃତ ଶିଶୁ ମାନେ ହେଲେ ଖଇରପୁଟର ୨ବର୍ଷୀୟ ସ୍ୱାତୀ ହନ୍ତାଳ, କୁରୁକୋଣ୍ଡା ବ୍ଳକର କାମବେଡ ଗାଁର ରୀତା ମାଡକାମି ଓ ଦରୀଗୁଡା ଗାଁର ବିରେନ୍ଦ୍ର କବାସି ।