ମାଲକାନଗିରିରେ ଜାପାନୀ ଜ୍ୱର ଆତଙ୍କ : ୪୯ ଦିନରେ ମୃତ୍ୟୁ ସଂଖ୍ୟା ପହଂଚିଲା ୭୪

18

ମାଲକାନାଗିରି : ନିୟନ୍ତ୍ରଣକୁ ଆସୁନି ଜାପାନୀ ଏନସେଫାଲାଇଟିସ୍ । ଆଜି ମାଲକାନାଗିରିରେ ଜାପାନୀ ଜ୍ୱର ନେଇଛି ଆଉ ଏକ ଶିଶୁର ଜୀବନ । ଏ ମହାମାରୀରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୋଡିଆ ବ୍ଲକ ଜିନେଲଗୁଡା ଗାଁର ଶାରିଆରାମ୍ ରାମୁର ମୃତ୍ୟୁ ହୋଇଛି । ୫ ବର୍ଷର ଶାରିଆରାମ୍ ଚିକିତ୍ସାଧିନ ଅବସ୍ଥାରେ ଆଖିବୁଜିଛି । ତେବେ ଏ ରୋଗରେ ୪୯ ଦିନରେ ୭୪ ନିରୀହ ଶିଶୁଙ୍କର ମୃତ୍ୟୁ ହୋଇସାରିଲାଣି ।