ଭିଜିଲାନ୍ସ ସ୍କାନରରେ କୋଟିପତି ଯନ୍ତ୍ରୀ : ମାଲକାନଗିରି ଆଇଟିଡିଏ ଜେଇଙ୍କ ଘର ସମେତ ୫ଟି ସ୍ଥାନରେ ରେଡ୍

41

ମାଲକାନଗିରି : ଭିଜିଲାନ୍ସ ସ୍କାନରରେ କୋଟିପତି ଯନ୍ତ୍ରୀ । ମାଲକାନଗିରି ଆଇଟିଡିଏ ଜେଇ ହିମାଂଶୁ ଶେଖର ପଣ୍ଡାଙ୍କ ଘର ସମେତ ଏକକଳୀନ ୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଓ କଟକରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ । ଏପର୍ଯ୍ୟନ୍ତ କନିଷ୍ଠ ଯନ୍ତ୍ରୀଙ୍କ ୨କୋଟିରୁ ଅଧିକ ଟଙ୍କାର ସମ୍ପତି ଠାବ କରିଛି ଭିଜିଲାନ୍ସ । ତେବେ ଚଢାଉ ବେଳେ ରୋଷେଇ ଘର ଡବାରୁ ସୁନା ଓ ରୂପା ଗହଣା ଓ ଫୁଲଦାନୀରୁ ଦାମୀ କାରର ଚାବି ଜବତ ହୋଇଛି ।

୬ରୁ ଅଧିକ ଆକାଉଂଟ, ସୁନା ଅଳଙ୍କାର, କିଛି ନଗଦ ଟଙ୍କା, ଲଗଜୁରୀ କାର୍ ଓ ସ୍କୁଟରକୁ ଜବତ କରିଛି ଭିଜିଲାନ୍ସ । ଚଢାଉ ବେଳେ ଯନ୍ତ୍ରୀଙ୍କର ୯୦ଲକ୍ଷ ଟଙ୍କାର ନଗଦ ଜମା ଥିବା ଜଣାପଡିଛି । ସେହିପରି ୨ଟି ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଓ ୧୨ରାଉଣ୍ଡ ଗୁଳି ମଧ୍ୟ ଜବତ ହୋଇଛି । କଟକ ସିଡିଏ ସେକ୍ଟର ୯ରେ ଏକ ବୃହତ ଅଟ୍ଟାଳିକା ମଧ୍ୟ ଠାବ ହୋଇଛି । ତେବେ କନିଷ୍ଠ ଯନ୍ତ୍ରୀ ହିମାଂଶୁ ଶେଖର ପଣ୍ଡା ଫେରାର ଅଛନ୍ତି ।