ପ୍ରବଳ ବର୍ଷାରେ ମାଲକାନଗିରି କାଲିମେଳା ଓ ମୋଟୁକୁ ଯୋଗାଯୋଗ ବିଛିନ୍ନ : କାଙ୍ଗୁରକୋଣ୍ଡା ପୋଲ ଉପରେ ୪ଫୁଟର ବନ୍ୟାପାଣି, ଗାଁ ଭିତରକୁ ପାଣି ମାଡିବା ଆଶଙ୍କା

110

କନକ ବ୍ୟୁରୋ : ଲଘୁଚାପ ପ୍ରଭାବରେ ମାଲକାନଗିରିରେ ପ୍ରବଳ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁଁ ମାଲକାନଗିରିର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ପୋଟେରୁ ନଦୀର ଜଳସ୍ତର ବଢ଼ିବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନଦୀରେ ବନ୍ୟା ଆସିବା ଯୋଗୁଁ କାଲିମେଳାକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର କଙ୍ଗୁରକୋଣ୍ଡା ପୋଲ ଉପରେ ୪ଫୁଟ ଉଚ୍ଚର ଜଳ ପ୍ରବାହିତ ହେଉଛି ।

ଫଳରେ ମାଲକାନଗିିରିରୁ କାଲିମେଳା ଓ ମାଲକାନଗିରିରୁ- ମୋଟୁକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଏପରିକି ବନ୍ୟାଜଳ ଗାଁ ଭିତରକୁ ପଶିବା ଆଶଙ୍କା ଦେଖାଦେଇଛି । ଯାହାଫଳରେ ବ୍ୟାପକ କ୍ଷୟକ୍ଷତି ଘଟିବ ବୋଲି ଅନୁମାନ କରାଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲର୍ଟ ଜାରି ହେବା ସହିତ ପରିସ୍ଥିତି ପ୍ରତି ସଜାଗ ରହିବା ପାଇଁ ସବୁ ବ୍ଲକ୍ କର୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।