ମାଲାକାନଗିରି କାଲିମେଳାରେ ଅଭାବନୀୟ ଘଟଣା ! ୪ ବର୍ଷର ଭିନ୍ନକ୍ଷମ ପୁଅକୁ ନିଆଁରେ ଫିଙ୍ଗିଲା ବାପା

27

କନକ ବ୍ୟୁରୋ : ମାଲକାନଗିରି କାଲିମେଳା ଥାନା ମାଙ୍ଗିପାଲ୍ଲୀ ଗାଁରେ ଅଭାବନୀୟ ଘଟଣା । ୪ ବର୍ଷର ଭିନ୍ନକ୍ଷମ ପୁଅକୁ ନିଆଁକୁ ଫିଙ୍ଗିଲା ବାପା । ଘରୋଇ କଳିରୁ ଏଭଳି ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ୪ ବଷର ଭିନ୍ନକ୍ଷମ ପୁଅର ଅପରେସନ ପାଇଁ ଡାକ୍ତର ମନା କରିବାରୁ ଏହାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥିଲା । ଏହାକୁ ନେଇ ଛୁଆଟିକୁ ନିଆଁରେ ଫିଙ୍ଗିଦେଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଶିଶୁକୁ କାଲିମେଳା ମେଡିକାଲରେ ଭର୍ତ୍ତି କରାଯାଇଛି ।