ନକଲି ଅଣ୍ଡାର ଯାଂଚ ନେଇ ତତ୍ପରତା : ମାଲକାନଗିରିରେ ଅଣ୍ଡା ଗୋଦାମ ଉପରେ ଚଢ଼ାଉ କଲା ଜନସ୍ୱାସ୍ଥ୍ୟ ବିଭାଗ

20

କନକ ବ୍ୟୁରୋ : ନକଲି ଅଣ୍ଡା ଯାଂଚ ନେଇ ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପ । ମାଲାକାନଗିରିର ବିଭିନ୍ନ ଅଣ୍ଡା ଗୋଦାମ ଉପରେ ଚଢ଼ାଉ କଲା ସ୍ୱାସ୍ଥ୍ୟ ବିଭାଗ । ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ନେତୃତ୍ୱରେ ଗୋଦାମ ଉପରେ କରିଛି ଚଢ଼ାଉ ।

ବଜାରରେ ନକଲି ଅଣ୍ଡା ବିକ୍ରି ହେଉଥିବା ଖବର ପ୍ରସାରଣ ପରେ ଏହାର ସତ୍ୟତା ପରଖିବାକୁ ତତ୍ପରତା ଦେଖାଇଛି ପ୍ରଶାସନ । ବଜାରରେ ପ୍ଲାଟିକ ଅଣ୍ଡା ମିଳୁଥିବା ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଏହାର ସତ୍ୟତା ଯାଂଚ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ  ।