ଗାଁ ଗାଁ ବୁଲି ମଶାରି ବାଣ୍ଟୁଛନ୍ତି ମାଲକାନଗିରି ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ !

44

କନକ ବ୍ୟୁରୋ : ଗାଁ ଗାଁ ବୁଲି ମଶାରି ବାଣ୍ଟୁଛନ୍ତି ଜିଲ୍ଲାପାଳ । ମଶାରି ଟାଙ୍ଗି ଶୋଇବା ପାଇଁ ସଚେତନ କରାଉଛନ୍ତି ମାଲକାନଗିରି ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ । ଗତକାଲି ମାଲକାନଗିରି ସତିଗୁଡା, ତାଳଗୁଡା, ଏମଭି .୧୧୧ ଗାଁରେ ଜିଲ୍ଲାପାଳଙ୍କ ମିଶନ ମଶାରିରେ ସାମିଲ ହୋଇଥିଲା କନକ ନ୍ୟୁଜ ଟିମ ।

ଗତ ବର୍ଷ ଜାପାନୀ ଜ୍ୱରରେ ୧୫୦ ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥର ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ଆଗୁଆ ସଚେତନ କରାଯିବା ସହ ଆଦିବାସୀ ଗାଁ ମାନଙ୍କରେ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇ ରକ୍ତ ନମୂନା ସଂଗ୍ରହ କରାଯାଉଛି । ପ୍ରତିଦିନ ରାତି ୯ଟା ପରେ ଜିଲ୍ଳାପାଳ ବିଭିନ୍ନ ଗାଁ ବୁଲି ତଦାରଖ କରୁଛନ୍ତି । ଜାପାନୀ ସମେତ ମ୍ୟାଲେରିୟା, ଡେଙ୍ଗୁ ପରି ସମସ୍ତ ମଶା ବାହିତ ରୋଗକୁ ଦìର କରିବାକୁ ଲକ୍ଷ ରଖିଛନ୍ତି ଏହି ଯୁବ ପ୍ରଶାସନିକ ଅଧିକାରୀ ।