ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଲିସ-ମାଓବାଦୀ ଗୁଳିବିନିମୟ

22

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଲିସ-ମାଓବାଦୀ ଗୁଳିବିନିମୟ । ଛତିଶଗଡ଼ ନାରାୟଣପୁରର କିଲମବେଛା ଜଙ୍ଗଲରେ ଏହି ଏନକାଂଉଟର  ହୋଇଛି । ଏଥିରେ ୩ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଆହତ ପୁଲିସ କର୍ମଚାରୀମାନେ ହେଲେ ସବଇନସପେକ୍ଟର ପୁଷ୍ପରାଜ ନାଗବଂଶୀ, ଆସିଷ୍ଟଣ୍ଡ ସବଇନସପେକ୍ଟର ଅୱଧ ରାମ ସାହୁ ଏବଂ କନେଷ୍ଟବଳ ବିନୟ ସିଂ । ସମସ୍ତଙ୍କୁ ରାୟପୁରର ଏକ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏହି ଗୁଳିବିନିମୟରେ କିଛି ମାଓବାଦୀ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି ।