ଆଜି ବି ମିଳିଲାନି ତରକାରୀ : ଲୁଣ ଭାତ ଖାଇଲେ ମାଲକାନଗିରି ସୋରିଷମାଳ ଆବାସିକ ବିଦ୍ୟାଳୟ ପିଲା

42

କନକ ବ୍ୟୁରୋ : ଆଜି ବି ମିଳିଲାନି ତରକାରୀ । ମାଲକାନଗିରି ସୋରିଷମାଳ ଆବାସିକ ବଦ୍ୟାଳୟରେ ପିଲା ଆଜି ବି ଭାତ ସହ ଲୁଣ ଖାଇଛନ୍ତି । ଡାଲିର ଅଭାବ ଯୋଗୁଁ ଲୁଣ ଭାତ ଦିଆଯାଇଛି । ଗତ କାଲି ରାତି ଭୋଜନରେ ମଧ୍ୟ ଦିଆଯାଇଥିଲା ଭାତ ସହ ଲୁଣ ।

ଆବାସିକ ବିଦ୍ୟାଳୟରେ ପ୍ରାୟ ୨୮୦ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ବେଳେ କିଛି ପିଲାଙ୍କୁ ଡାଲି ଦିଆଯିବା ବଦଳରେ ଲୁଣ ଦିଆଯାଇଥିଲା । ସରପଂଚ ଏବଂ ଅଭିଭାବକମାନେ ଘଟଣା ଟି ଜାଣିବା ପରେ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ । ଖବର ପାଇ ଡି.ଡବ୍ଲୁ.ଓ, ଡବ୍ଲୁ.ଇ.ଓ ପ୍ରମୁଖ ଘଟଣା ସ୍ଥଳକୁ ଯାଇଥିଲେ । ଅଧିକାରୀଙ୍କ ଉପସ୍ଥିତିରେ ତରକାରୀ ରାନ୍ଧି ପିଲାଙ୍କୁ ଦିଆଯାଇଥିଲା ।