ମାଲକାନଗିରିରେ ବନ୍ଦ ସଫଳ ହୋଇଛି ବୋଲି ପ୍ରତିକ୍ରିୟା ରଖିଲେ କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀ

41

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତକୁ ତୀବ୍ର ପ୍ରତିବାଦ କରିଛି ବିରୋଧୀ । ଗସ୍ତକୁ ବିରୋଧକରି ଜିଲ୍ଲାରେ ବନ୍ଦ ପାଳନ କରêଛି କଂଗ୍ରେସ ଓ ବିଜେପି । ଯାହାକୁ କେନ୍ଦ୍ରକରି ପୁଲିସ ୧୫ଜଣ କଂଗ୍ରେସ କର୍ମୀ ଓ ୫ଜଣ ବିଜେପି କର୍ମୀଙ୍କୁ ଥାନାରେ ଅଟକ ରଖିଛି ।

ତେବେ ଗସ୍ତକୁ ବିରୋଧ କରି ବିଭିନ୍ନ ଛକମାନଙ୍କରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ବିରୋଧୀମାନେ । ସେପଟେ ବନ୍ଦ ପାଳନ ଯୋଗୁଁ ଗାଡି ଚଳାଚଳ ବନ୍ଦ ରହିବା ସହ ଦୋକାନ ବଜାର ବନ୍ଦ ରହିଛି । ଜିଲ୍ଲାପାଳ ଓ ଏସପି ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବା ସହିତ ମୁଖମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ଡି.ଏନ୍.କେ ପଡିଆକୁ ପୋଲିସ ଛାଉଣିରେ ପରିବର୍ତ୍ତନ କରାଯାଇଛି ।

ଅନ୍ୟପଟେ ମାଲକାନଗିରିରେ ବନ୍ଦ ସଫଳ ହୋଇଛି ବୋଲି କହିଛନ୍ତି କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ବର୍ତ୍ତମାନ ଆଦିବାସୀ ମାନେ ସଚେତନ ହେଲେଣି । ଆଗାମୀ ଦିନରେ ଆଦିବାସୀ ଓ ଦଳିତ ଅଧ୍ୟୁଷିତ ଅଂଚଳରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରାଯିବ ବୋଲି ପ୍ରଦୀପ ମାଝୀ ପ୍ରତିକ୍ରିୟା ରଖିଛନ୍ତିି ।