ପାହାଡରେ ଜର ସହରରେ ଡର ! ପରାମର୍ଶ ପାଇଁ ଡାକ୍ତରଙ୍କ ପାଖରେ ଜମୁଛି ଭିଡ

38

ମାଲକାନଗିରି : ମାଲକାନଗିରିରେ ମହାମାରୀ । ଗଡି ଚାଲିଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ସେପଟେ ରୋଗ ମଧ୍ୟ ନୂଆନୂଆ ଅଂଚଳକୁ ବ୍ୟାପିବାରେ ଲାଗିଛି । ଜିଲ୍ଲାରେ ଏହି ମହାମାରୀ ଦେଖାଦେବା ଦିନରୁ ମହାପ୍ରୟାଣ ଗାଡିକୁ ଫୁରସତ ନାହିଁ । ପ୍ରତିଦିନ ନୂଆନୂଆ ଗାଁରୁ ଡାକ୍ତରଖାନାରୁ ବୁହାହୋଇ ଆସୁଛନ୍ତି ଆକ୍ରାନ୍ତ । ଆଉ ଦିନ କେଇଟାର ଚିକିତ୍ସା ପରେ ଫେରୁଛି ଏମାନଙ୍କ ଶବ । ଏହି ଭୁତାଣୁ ଜନିତ ରୋଗର ନିୟନ୍ତ୍ରଣରେ ଏକ ପ୍ରକାର ଫେଲ ମାରିଛି ପ୍ରଶାସନ ।

ତେବେ ଜାପାନୀ ଜ୍ୱର ଏବେ ମାଲକାନଗିରି ସୀମା ଡେଇଁଲାଣି । ଜିଲ୍ଲାରୁ ଜିଲ୍ଲାକୁ ବ୍ୟାପୁଛି ଏହି ଭୁତାଣୁ । ତେଣୁ ସାରା ଓଡିଶାରେ ଆଶଙ୍କାରେ ଲୋକେ । କାଳେ ସେମାନଙ୍କ ପିଲାଙ୍କୁ ବି ଗ୍ରାସିବ ରୋଗ । ସେହି ଭୟରେ ଡାକ୍ତରଙ୍କ ସହ ପରାମର୍ଶ କରୁଛନ୍ତି । ସାଧାରଣ ଥଣ୍ଡା, ଜ୍ୱର ହେଲେ ବି ଡାକ୍ତରଖାନା ଦୌଡୁଛନ୍ତି । ହେଲେ ବିଶେଷଜ୍ଞ ଡାକ୍ତରଙ୍କ କହିବା ହେଲା କେବଳ ପ୍ରଭାବିତ ଅଂଚଳରେ ଟୀକାକରଣର ଆବଶ୍ୟକତା ଅଛି । ଏଥିପାଇଁ ଆଦୌ ଭୟଭିତ ନହେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ।