ଜାପାନୀ ଜ୍ୱର କାବୁରେ ମାଲକାନଗିରି : ହାର ମାନିଲା ଚିକିତ୍ସା, ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି

28

ମାଲକାନଗିରି : ମାଲକାନଗିରିକୁ କାବୁ କରିଛି ଜାପାନୀ ଜ୍ୱର । ଦିନକୁ ଦିନ ବଢୁଛି ମୃତ୍ୟୁ ସଂଖ୍ୟା । ଡାକ୍ତରୀ ଚିକିତ୍ସା ହାର ମାନିଛି । ଜାପାନୀ ଏନସେଫାଲାଇଟିସରେ ଦୁଇ ଦିନରେ ଆଖି ବୁଜିଛନ୍ତି ଦୁଇ ଭଉଣୀ । ଗତକାଲି ବଡଭଉଣୀ ରେବିକା ମାଡକାମୀର ମୃତ୍ୟୁ ହୋଇଥିବା ବେଳେ ଆଜି ଆଖୁ ବୁଜିଲା ସାନ ଭଉଣୀ ଜୟନ୍ତୀ ମାଡକାମୀ ।

ଜୟନ୍ତୀର ମୃତ୍ୟୁ ପରେ ଜିଲ୍ଲାରେ ଏ ରୋଗରେ ମୋଟ ୫୩ କୁନି ପିଲାଙ୍କର ମୃତ୍ୟୁ ହେଲାଣି । ଜାପାନୀ ଜ୍ୱର ଯେଭଳି ନବ୍ୟାପେ ସେଥିଲାଗି ସବୁପ୍ରକାର ଉଦ୍ୟମ କରୁଛି ଜିଲ୍ଲା ପ୍ରଶାସନ । ଏପଟେ କିନ୍ତୁ ଗୋଟିଏ ପରେ ଗୋଟିଏ କଅଁଳା ଶିଶୁଙ୍କୁ ଶିକାର ବନାଉଛି ଏନସେଫାଲାଇଟିସ । ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଏବେ ବି ୩୩ ଶିଶୁ ଚିକିତ୍ସିତ ହେଉଛନ୍ତି ।