ଭଗବାନ ହିଁ ଭରସା ! ମୃତ୍ୟୁ ସଂଖ୍ୟା ୫୦ ଟପିବା ପରେ ଭୂତାଣୁ ଆଗରେ ହାତ ଟେକିଦେଲେ ଡାକ୍ତର

33

ମାଲକାନଗିରି : ମାଲକାନଗିରିରେ ପ୍ରତିଦିନ ଗଡୁଛି କଅଁଳା ପିଲାଙ୍କ ମୁଣ୍ଡ । ଜାପାନୀ ଜ୍ୱରରେ ଗଲାଣି ୫୦ରୁ ଅଧିକ ଜୀବନ । ଜିଲ୍ଲାରେ ଜାପାନୀ ଜ୍ୱର ସ୍ୱସ୍ଥ୍ୟ ବିଭାଗର ନିଦ ହଜାଇ ଦେଇଛି । ସ୍ୱାସ୍ଥ୍ୟ ସଚିବଙ୍କଠାରୁ ଆରମ୍ଭ କରି ଯୁଗ୍ମ ସଚିବ ଓ ସ୍ୱସ୍ଥ୍ୟ ନିର୍ଦ୍ଦେଶକ ମଧ୍ୟ ମାଲକାନଗିରିରେ ଡେରା ପକାଇଛନ୍ତି । ଗାଁଗାଁ ବୁଲି ପ୍ରଭାବିତଙ୍କୁ ଭେଟୁଛନ୍ତି । ପରିମଳ ବ୍ୟବସ୍ଥାର ଅନୁଧ୍ୟାନ କରୁଛନ୍ତି । ଜନବସତିଠାରୁ ଦୂରରେ ପ୍ରାୟ ୮୦ଟି ଏନକ୍ଲୋଜରରେ ଏନସେଫାଲାଇଟିସି ଆକ୍ରାନ୍ତ ଘୁଷୁରିଙ୍କୁ ରଖାଯାଇଛି ।

ସେପଟେ ମାଡି ଚାଲିଥିବା ଜାପାନୀ ଜ୍ୱରକୁ ନେଇ ବି ଜୋର ଧରିଛି କେନ୍ଦ୍ର-ରାଜ୍ୟ ରାଜନୀତି । ଭ୍ୟାକସିନ୍ ନେଇ ଟଣା ଓଟରା ପରେ ଏବେ ମେଡିକେଟେଡ୍ ମଶାରୀ ବଂଟାକୁ ନେଇ ଜୋର ଧରୁଛି କେନ୍ଦ୍ର-ରାଜ୍ୟ ରାଜନୀତି । କେନ୍ଦ୍ର ସରକାର ଯୋଗାଇ ଦେଇଥିବା ୬୦ଲକ୍ଷ ମେଡିକେଟେଡ ମଶାରୀ କେଉଁଠି ବାଂଟିଲ ତାର ହିସାବ ଦିଅ ବୋଲି କହିଛି ରାଜ୍ୟ ବିଜେପି । ଜବାବରେ ବିଜେଡି କହିଛି ଏଭଳି ବିପତି ସମୟରେ ମୁକାବିଲା ପ୍ରାଥମିକତା, ହିସାବ କିତାବ ପଛକଥା ।

ଜାପାନୀ ଜ୍ୱର ଯେଭଳି ନବ୍ୟାପେ ସେଥିଲାଗି ସବୁପ୍ରକାର ଉଦ୍ୟମ କରୁଛି ଜିଲ୍ଲା ପ୍ରଶାସନ । ଏପଟେ କିନ୍ତୁ ଗୋଟିଏ ପରେ ପୋଟିଏ କଅଁଳା ଶିଶୁଙ୍କୁ ଶିକାର ବନାଉଛି ଏନସେଫାଲାଇଟିସ । ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଏବେ ବି ୩୩ ଶିଶୁ ଚିକିତ୍ସିତ ହେଉଛନ୍ତି ।