ମାଲକାନଗିରିରେ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ । ୩୦ରୁ ଅଧିକ ଆହତ, ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ

30

କନକ ବ୍ୟୁରୋ : ମାଲକାନଗିରିରେ ଆଜି ଅପରାହ୍ଣରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ଥିବା ୪୦ଜଣ ଯାତ୍ରୀଙ୍କ ମଧ୍ୟରୁ ୩୦ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟଲୋକେ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରୁ ଦୌଡ଼ି ଆସି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ସହିତ ହସ୍ପିଟାଲର ନେବାର ବନ୍ଦୋବସ୍ତ କରିଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଛି ପୁଲିସ।

 

ସୂଚନାଯୋଗ୍ୟ, ୪୦ଜଣ ଯାତ୍ରୀଙ୍କୁ ଧରି ଅପରାହ୍ନରେ ଏକ ବସ ଜୟପୁରରୁ ଚିତ୍ରକୋଣ୍ଡା ଆସୁଥିଲା। ଏହି ସମୟରେ ଗୋବିନ୍ଦପାଲି ନିକଟରେ ଭାରସାମ୍ୟ ହରାଇ ହଠାତ୍ ଓଲଟି ପଡ଼ିଥିଲା। ଏଥିରେ ବୃଦ୍ଧା-ବୃଦ୍ଧ ସମେତ ମହିଳା, ଯୁବକ ଓ ଶିଶୁଙ୍କୁ ମିଶାଇ ପ୍ରାୟ ୪୦ରୁ ଊର୍ଧ୍ୱ ଯାତ୍ରୀ ଥିବା ଜଣାପଡ଼ିଛି। ତେବେ ଖବର ପାଇବା ପରେ ସ୍ଥାନୀୟ ଲୋକମାନଙ୍କ ଦୁର୍ଘଟଣା ହୋଇଥିବା ଅଚଂଳକୁ ସୁଅ ଛୁଟିଥିଲା । ବାରମ୍ବାର ଏପରି ଭାବରେ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହେଉଥିବାରୁ ଲୋକମାନଙ୍କ ମନରେ ଅସନ୍ତୋଷ ବଢିବାରେ ଲାଗିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି ।