ମଲାଇକା ଅରୋରା – ଅର୍ଜୁନ କପୁରଙ୍କ ସଂପର୍କକୁ ନେଇ ଚର୍ଚ୍ଚା

36

ଅରବାଜ ଖାନଙ୍କ ଠାରୁ ଅଲଗା ହେବା ପରେ ମଲାଇକା ଅରୋରା ଖାନଙ୍କ ନାଁ ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ସହ ଯୋଡା ଯାଉଛି । କେବଳ ଏତିକ ନୁହେଁ ଉଭୟେ ଏକାଠି ନଜର ମଧ୍ୟ ଆସୁଛନ୍ତି । ଏବେ ଏ ଦୁଇ ଜଣଙ୍କ ସମ୍ପର୍କ ସତ କି ଗୁଜବ ଜଣାପଡିିନି କିନ୍ତୁ ଉଭୟଙ୍କ ଏ ସଂପର୍କ ଯୋଗୁଁ ଅର୍ଜୁନ କପୁରଙ୍କ କ୍ୟାରିୟର ଉପରେ ସଙ୍କଟ ଦେଖା ଦେଇଛି ।

ଡେକାନ କ୍ରୋନିକିଲର ଏକ ରିପୋର୍ଟ ଅନୁସାରେ ଅରବାଜଙ୍କ ଠାର ଅଲଗା ହେବା ନେଇ ସଲମାନ ପ୍ରଥମରୁ ହିଁ ଭାଉଜ ମଲାଇକାଙ୍କ ଉପରେ ଖପ୍ପା ଥିଲେ । କିନ୍ତୁ ଏବେ ଯେତେବେଳେ ସଲମାନ ଜାଣିବାକୁ ପାଇଛନ୍ତି ମଲାଇକା ଅର୍ଜୁନଙ୍କ ନିକଟତର ହେଉଛନ୍ତି ସଲମାନ ସଂପୂର୍ଣ୍ଣ ରାଗି ଯାଇଛନ୍ତି । ସୂଚନାରୁ ଜଣାପଡିଛି ସଲମାନ ଏ ସଂପର୍କକୁ ନେଇ ଅର୍ଜୁନଙ୍କୁ ପଚାରିଥିଲେ କିନ୍ତୁ ଏକଥା ମିଛ ବୋଲି କହିଥିଲେ ଅର୍ଜୁନ । ଏବେ ଯେତେବେଳେ ଉଭୟଙ୍କୁ ନେଇ ଗୁଜବ ଅଧିକ ବଢି ଯାଇଛି ସଲମାନ ଅର୍ଜୁନଙ୍କ ଉପରେ ଭିତରେ ଭିତରେ ରାଗିଛନ୍ତି ବୋଲି ସୂଚନା ଜଣାପଡୁଛି ।

ସୂଚନାରୁ ଜଣାପଡିଛି ଏହାର ସିଧା ପ୍ରଭାବ ଅର୍ଜୁନଙ୍କ କ୍ୟାରିୟର ଉପରେ ପଡିପାରେ । କାରଣ କୈାଣସି ସିନେ ନିର୍ମାତା ଓ ନିର୍ଦ୍ଦେଶକ ଅର୍ଜୁନଙ୍କୁ ନିଜ ସିନେମାରେ ନେଇ ସଲମାନଙ୍କୁ ନାରାଜ କରିବା ପାଇଁ ଚାହିଁବେ ନାହିଁ ।