ଝିଅମାନେ ପିନ୍ଧି ପାରିବେ ନାହିଁ ଜିନ୍ସ-ଟିସାର୍ଟ ! ଜାଣନ୍ତୁ କେଉଁଠି ଲାଗିଲା ପ୍ରତିବନ୍ଧ ?

42

ଝିଅଙ୍କୁ ଜିନ୍ସ ଓ ଟି ସାର୍ଟ ମନା । ଏକଥା ଶୁଣି ଆପଣଙ୍କର ମଧ୍ୟ ଭ୍ରୁକୁଞ୍ଚନ ହେଉଥିବ । ଯୁଗ ଯାଇ କେଉଁଠି ପହଂଚିଲାଣି । ତଥାପି ଲୋକଙ୍କ ବିଚାରଧାରାରେ ପରିବର୍ତ୍ତନ ଆସୁନାହିଁ । ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ୍ ନୁହନ୍ତି ନାରୀ । ଦୁନିଆରେ ବର୍ତ୍ତମାନ ମହିଳାମାନେ ନୂଆ ନୂଆ କିର୍ତ୍ତୀମାନ କରୁଛନ୍ତି । ଆଧୁନିକତା ସହ ତାଳ ଦେଇ ସମାଜ ଯେତିକି ଅଗ୍ରସର ହେଉଛି ମହିଳାମାନେ ବି ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଉପସ୍ଥିତିକୁ  ଜାହିର କରିପାରୁଛନ୍ତି । ତଥାପି  ରହିଯାଉଥିବା କିଛି ଅସଙ୍ଗତି ପାଇଁ ଦୈନନ୍ଦିନ ନାନା ବିଭ୍ରାଟ ସୃଷ୍ଟି ହେଉଛି । ତେବେ ନାରୀମାନଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀ ବଦଳିବା ସହ ମହିଳାମାନେ ସଚେତନ ଓ ଜାଗ୍ରତ ହେବାର ଆବଶ୍ୟକତା ଆସିଛି । କେଉଁଠି ନା କେଉଁଠି କିଛି ଅସୁବିଧା ରହିଯାଉଛି । ଏପରି ମାନସିକତାରେ ପରିବର୍ତ୍ତନ ଆଣିବା ଜରୁରୀ । ସୂଚନା ଅନୁସାରେ ମଧ୍ୟପ୍ରଦେଶରେ ଅଲିରାଜପୁରର ମାଳି ସମ୍ପ୍ରଦାୟର ଝିଅଙ୍କ ପାଇଁ ଜିନ୍ସ ଓ ଟି ସାର୍ଟ ମନାହୋଇଛି । ମହିଳାମାନେ କ’ଣ ପିନ୍ଧିବେ କ’ଣ ପିନ୍ଧିବେ ନାହିଁ ତାହା ରୂଢ଼ିବାଦୀ ସମାଜ ନିଷ୍ପତ୍ତି ନେଇଛି ।

ମଧ୍ୟପ୍ରଦେଶର ଅଲଜିରାପୁର ଜିଲ୍ଲାରେ ମାଳି ସମାଜ ୧୦ ବର୍ଷରୁ ବଡ଼ ଝିଅଙ୍କ ପାଇଁ ଜିନ୍ସ ଓ ଟି ସାର୍ଟ ପିନ୍ଧିବା ଉପରେ ପ୍ରତିବନ୍ଧ ଲଗାଇଛନ୍ତି । ଏହି ନଷ୍ପତ୍ତି ମାଳି ସମାଜର ମହିଳା ମଣ୍ଡଳ ନେଇଛନ୍ତି ବୋଲି କୁହାଯାଉଛି । ଗର୍ବା ଉତ୍ସବ ଚାଲିଥିବା ବେଳେ ମଧ୍ୟପ୍ରଦେଶ ଅନ୍ତର୍ଗତ ଅଲିରାଜପୁରର ମାଳି ସମ୍ପ୍ରଦାୟର ଝିଅମାନଙ୍କୁ ଜିନ୍ସ୍ ଓ ଟପ୍ ପିନ୍ଧିବାକୁ ବାରଣ କରାଯାଇଛି । ଅଲିରାଜପୁର ସମ୍ପ୍ରଦାୟର ମହିଳା କମିଟିର ଅଧ୍ୟକ୍ଷା ମଞ୍ଜୁଳା ମାଳି କହଛନ୍ତି, ଆମେ ଗର୍ବା ଉତ୍ସବ ପାଳୁଛୁ । ଆମେ ସ୍ଥିର କରିଛୁ ଯେ ୧୦ ବର୍ଷରୁ ଅଧିକ ବୟସର ଝିଅମାନେ ଜିନ୍ସ୍ ଓ ଟପ୍ ପିନ୍ଧିବେ ନାହିଁ । ଘରେ ଓ ଅନ୍ୟ କୌଣସି ପର୍ବପର୍ବାଣିରେ ମଧ୍ୟ ସେମାନେ ଏହା ପିନ୍ଧିବେ ନାହିଁ । କାରଣ ପୁରୁଷମାନେ ନାରୀମାନଙ୍କୁ ଶୋଭନୀୟ ଦୃଷ୍ଟିରେ ଦେଖନ୍ତି ନାହିଁ । ତେଣୁ, ଆମେ ଆମ ଝିଅମାନଙ୍କୁ ବୁଝାଇ ଦେବା ଦରକାର । ଏହି ନିଷ୍ପତ୍ତିକୁ ମାଳି ସମ୍ପ୍ରଦାୟର ପୁରୁଷମାନେ ମଧ୍ୟ ସମ୍ମତି ପ୍ରଦାନ କରିଛନ୍ତି ।