ଅନ୍ତର୍ଜାତୀୟ ବିମାନକୁ ୱାଟର କ୍ୟାନନ ସାଲ୍ୟୁଟ ! ଭୁବନେଶ୍ୱରରୁ ମାଲେସିଆକୁ ସିଧା ଉଡିଲା ବିମାନ

17

କନକ ବ୍ୟୁରୋ: ମାଲେସିଆ ରାଜଧାନୀ କୁଆଲାଲମ୍ପୁର ଓ ଭୁବନେଶ୍ୱର ମଧ୍ୟରେ ଆରମ୍ଭ ହୋଇଛି ଆନ୍ତର୍ଜାତିକ ବିମାନ ସେବା । ଏହି ସେବା ଯୋଗାଉଛି ଏୟାର ଏସିଆ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଥିଲା ଏୟାର ଏସିଆର ଫ୍ଲାଇଟ୍ । ଏହି ପ୍ରଥମ ବିଦେଶୀ ବିମାନ ଅବତରଣକୁ ଭବ୍ୟ ସ୍ୱାଗତ କରାଯାଇଥିଲା । ବିଶାଳ ପାଣି ଫୁଆରା ସହ ବିମାନକୁ ସ୍ୱାଗତ କରାଯାଇଥିଲା ।

ନୂଆ ବିମାନଯାତ୍ରାକୁ ଏହି ଢଙ୍ଗରେ ସ୍ୱାଗତ କରିବାର ପରମ୍ପରା ରହିଛି । ଭୁବନେଶ୍ୱର ବିମାନବନ୍ଦରରେ ଦୁଇଟି ଅଗ୍ନିଶମ ବିଭାଗର ଟ୍ୟାଙ୍କର ଦ୍ୱାରା ଏହି ଫୁଆରା ସୃଷ୍ଟି କରାଯାଇଥିଲା । ପାଣି ଧାରର ତୋରଣ ଭିତରେ ଧିରେ ଧିରେ ବିମାନଟି ଟର୍ମିନାଲକୁ ଆଗେଇ ଆସିବା ଦୃଶ୍ୟ ବେଶ୍ ମନୋରମ ଥିଲା । ଏହି ପ୍ରଥମ ବିମାନରେ ୧୦୭ ଜଣ ଯାତ୍ରୀ କୁଆଲାଲମ୍ପୁରରୁ ଭୁବନେଶ୍ୱର ଆସିଥିଲେ । ପୂର୍ବରୁ ରାତି ୧୧ଟା ୫୫ ମିନିଟ୍ରେ ଏୟାର ଏସିଆ ଫ୍ଲାଇଟ୍ ଏ-୩୦ ଭୁବନେଶ୍ୱରରୁ ୧୫୩ ଜଣ ଯାତ୍ରୀଙ୍କୁ ନେଇ କୁଆଲାଲମ୍ପୁର ଅଭିମୁଖେ ଉଡାଣ କରିଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –