ମାଲେଗାଓଁ ବିସ୍ଫୋରଣ ମାମଲା ! ଲେଫ୍ଟନାଂଟ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କୁ ସୁପ୍ରିମକୋର୍ଟଙ୍କ ଜାମିନ

28

କନକ ବ୍ୟୁରୋ: ମାଲେଗାଓଁ ବିସ୍ଫୋରଣ ଘଟଣାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ଏହି ମାମଲାର ଅଭିଯୁକ୍ତ ଥିବା ଲେଫ୍ଟନାଂଟ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ତାଙ୍କ ଜାମିନ ଆବେଦନ ରବ୍ଦ କରିବା ଅପିଲକୁ କୋର୍ଟ ଆଗ୍ରାହ୍ୟ କରି ଏହି ରାୟ ଶୁଣାଇଛନ୍ତି ।

ଏହାପୂର୍ବରୁ ଗତ ଏପ୍ରିଲ ୨୫ରେ କର୍ଣ୍ଣଲ ପୁରୋହିତଙ୍କ ଜାମିନ ଆଦେବନକୁ ବମ୍ବେ ହାଇକୋର୍ଟ ଖାରଜ କରିଥିଲେ । ଏହି ମାମଲାରେ ୯ବର୍ଷ ହେଲା ଜେଲରେ ଅଛନ୍ତି କର୍ଣ୍ଣେଲ ପୁରୋହିତ । ମାଲେଗାଓଁ ବିସ୍ପୋରଣ ଘଟଣାରେ ଷଡଯନ୍ତ୍ର କରିବା ନେଇ କର୍ଣ୍ଣେଲ ପୁରୋହିତଙ୍କ ନାଁରେ ମାମଲା ଚାଲିଛି ।

ସୂଚନା ମୁତାବକ, ୨୦୦୮ ମସିହା ସେପ୍ଟେମ୍ବର ୨୯ରେ ମହାରାଷ୍ଟ୍ର ମାଲେଗାଓଁରେ ବିସ୍ଫୋରଣ ହୋଇଥିଲା । ଏଥିରେ ୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭୯ଜଣ ଗୁରୁତର ଆହତ ହୋଇଥିଲେ । ମାମଲାରେ ସାଧ୍ୱି ପ୍ରଜ୍ଞା ଓ ସ୍ୱାମୀ ଦୟାନନ୍ଦଙ୍କ ସମେତ ୧୪ ଜଣଙ୍କ ନାଁରେ ଚାର୍ଜସିଟ ଦାଖଲ କରାଯାଇଥିଲା ।

ତେବେ ବିସ୍ପୋରଣ ପାଇଁ ଆରଡିଏକ୍ସ ଯୋଗାଇ ଦେବାର ଅଭିଯୋଗ ଆସିଥିଲା କର୍ଣ୍ଣେଲ ପୁରୋହିତଙ୍କ ନାଁରେ । ତାଙ୍କୁ ଗିରଫ କରାଯିବା ସହ ତାଙ୍କ ବିରୋଧରେ ୪ହଜାର ପୃଷ୍ଠାର ଚାର୍ଜସିଟ କୋର୍ଟରେ ଦାଖଲ କରାଯାଇଥିଲା ।