ଚିଲିକା କୂଳରେ ମାଲେସିଆ ଜାହାଜ : ଜାହାଜରୁ ତେଲ ନିର୍ଗତ ହେଲେ ପ୍ରଦୂଷିତ ହେବ ଚିଲିକା, ଜୈବ ବିବିଧତା ଉପରେ ପ୍ରଭାବ ପଡିବା ସହ କମିବ ମାଛ ଉତ୍ପାଦନ

601

କନକ ବ୍ୟୁରୋ : ଚିଲିକା ପ୍ରତି ବିପଦ ସୃଷ୍ଟି କରିଛି ମାଲେସିଆ ଜାହାଜ । ବିଶେଷ କରି ଜାହାଜରେ ଥିବା ୩୩ ହଜାର ଲିଟର ତେଲ ଲିକ ହେବାର ସମ୍ଭାବନା ଥିବାରୁ ଏହାକୁ ନେଇ ବଢିଯାଇଛି ଚିନ୍ତା । ପରିବେଶବିତ ବି ଏ ନେଇ ଚିନ୍ତା ପ୍ରକଟ କରିଛନ୍ତି । ପରିବେଶବିତ ରଞ୍ଜନ ପଣ୍ଡା କହିଛନ୍ତି, ଜୈବ ବିବିଧତା ଉପରେ ଏହାର କୁପ୍ରଭାବ ପଡିବ । ମାଛ ଉତ୍ପାଦନ ପ୍ରଭାବିତ ହେବା ସହ ଚିଲିକା ଉପରେ ପ୍ରଭାବ ପଡିବ ।

ସମୁଦ୍ରରେ ଲାଗିଥିବା ମାଲେସିଆ ଜାହାଜ ଖୁବଜୋରରେ ଦୋହଲୁଛି । ପ୍ରବଳ ଢେଉରେ ଏହା ଓଲଟି ପଡିବାର ଆଶଙ୍କା ସୃଷ୍ଟି ହୋଇଛି । ଜାହାଜଟି ଓଲଟି ପଡିଲେ ଏଥିରେ ମହଜୁଦ ଥିବା ପ୍ରାୟ ୩୩ ଜହାର ଲିଟର ତେଲ ଚିଲିକା ପ୍ରତି ବଡ ବିପଦ ଆଣିଦେବ । ସେହିପରି ଗତ ୭ ତାରିଖରୁ କାର୍ଗୋ ଜାହାଜଟି ଲାଗି ରହିଥିବାବେଳେ, ଭାସିଭାସି ଜାହାଜଠାରୁ ଅଲଗା ହୋଇଯାଇଛି କଂଟେନର । ଏହା ଚିଲିକା ମୂହାଣକୁ ସଂକୀର୍ଣ୍ଣ କରିଦେବାର ମଧ୍ୟ ଆଶଙ୍କା ଉପୁଜିଛି ।

ଅଗଷ୍ଟ ୭ ତାରିଖରୁ ଚିଲିକା ନିଟକ ସମୁଦ୍ରରେ ଲାଗିଥିଲା ମାଲେସିଆର ଜିନ୍ ହକ ଜାହାଜଟି ଅତି ବିପଦ ସଂକୂଳ ଅବସ୍ଥାରେ ରହିଛି । ଏହାକୁ ଜଗି ରହିଛନ୍ତି ସ୍ଥାନୀୟ ଖିରିସାହି ଗାଁ ଲୋକେ ।